ବେକରେ ଛୁରୀ ଲଗାଇ ଲୁଟିନେଲେ ଟଙ୍କା ଓ ସୁନାଗହଣା

Published By : Prameya-News7 Bureau | October 19, 2020 IST

ଆଠଗଡ଼ ୧୯।୧୦: ଆଠଗଡ଼ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଡକାୟତି ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":346998,"sizeSlug":"large"}

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟୁଣୀ ପୋଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଖମାର ନୂଆଗାଁର ଲଛମନ ରାଉତଙ୍କ ଘରେ ପଶି ଟଙ୍କା ଓ ସୁନାଗହଣା ଲୁଟିନେଇଛନ୍ତି । ଘରେ କେହି ପୁରୁଷ ଲୋକ ନଥିବାବେଳେ ପିଲାଙ୍କ ବେକରେ ଛୁରୀ ଲଗାଇ ଲୁଟି ନେଇଛନ୍ତି ୬ ଜଣ ଦୁର୍ବୃତ୍ତ। ଘଟଣାସମ୍ପର୍କରେ ଜାଣି ପୋଲିସ ତଦନ୍ତ ଜାରି ରଖିଛି । ସେହିପରି କିଛି ଦିନ ତଳେ ଦ୍ବାରବତୀପୁର ଗାଁରେ ୬ଜଣ ଦୁର୍ବୃତ୍ତ ଘରେ ପଶି ଠିକ୍ ଏହି ପରି ଢଙ୍ଗରେ ଆକ୍ରମଣ କରି ଲୁଟି ନେଇଥିଲେ ସୁନାଗହଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.