ସିସିଟିଭି ଧରାଇଦେଲା ଚୋର, ଦୀର୍ଘ ଦିନ ଧରି ଚାଲିଥିଲା ଲୁଟ୍‌

Published By : Prameya-News7 Bureau | October 06, 2021 IST

ଆନନ୍ଦପୁର 0୬।୧୦: ଗୋଦାମ ମାଲିକଙ୍କ ଠାରୁ ପରିବା ଟ୍ରେ କିଣି ରାସ୍ତା କଡରେ ରଖି , ଅନ୍ୟ ପାଖ ଗୋଦାମକୁ ଆଉ ପରିବା କିଣିବାକୁ ଯାଇଥାନ୍ତି ବ୍ୟବସୀୟ । ଏତିକି ଭିତରେ ଆଖି ପିଛୁଳାକେ ବାଇକ୍ ରେ ଆସି ବ୍ଯବସାୟି ରଖିଥିବା ପରିବାକୁ କେହି ଚୋରୀ କରି ନେଉଥିଲା । ଚୋର ଧରିବାକୁ କେତେକ ଗୋଦାମ ମାଲିକ ସିସିଟିଭି କ୍ୟାମେରା ଲଗାଇଥିଲେ । ଆଜି ସେହି ସିସିଟିଭି ଜରିଆରେ ଧରାପଡିଛି ଚୋର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ  ପଦ୍ମପୁର ଗାଁ ପରିବା ଗୋଦାମ ହାଟରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଗତ ମାସ ୨୬ ତାରିଖରେ ଚୋରୀ ହୋଇଥିବା ବିଲାତି ଟ୍ରେ ଚୋରର ଭିଡିଓ ସିସିଟିଭିରେ କଏଦ ହୋଇଥିଲା।  ଲୋକେ ସଂପୃକ୍ତ ଚୋରକୁ ଜଗି ରହିଥିବା ବେଳେ ଆଜି ସେ ପୁଣିଥରେ ଚୋରୀ ଉଦ୍ଦେଶ୍ୟ ନେଇ ଆସିଥିଲା । ହେଲେ ଏହି ସମୟରେ ଚୋରକୁ କାବୁ କରିଥିଲେ ଲୋକେ । ଚୋରୀ କରୁଥିବା ଯୁବକ ଜଣଙ୍କ ରାମଚନ୍ଦ୍ରପୁର ଥାନା ଅଳତି ଗାଁ ର ଲିପୁନ ସେଠୀ । ସେ ଚୋରୀ କରିଥିବା କଥା ସ୍ବୀକାର କରିବା ପରେ  ଲୋକେ ଲିପୁନର ଅବିଭାବକଙ୍କୁ ଡକାଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ବିଗତ ଦିନରେ ଲିପୁନ ଚୋରୀ କରିଥିବା ସାମଗ୍ରୀ ଅର୍ଥ ଭରଣ କରିବାର ପ୍ରତିଶୃତୀ ଦେବାପରେ ତାକୁ ଛାଡିଥିଲେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.