ଭାଙ୍ଗୁଥିଲେ ଦୋକାନ ସଟର, ଫିଟିଲାନି ଲକ୍‌ ; ଦେଖନ୍ତୁ ଲୁଟ୍‌ର ସିସିଟିଭି ଭିଡିଓ...

Published By : Prameya-News7 Bureau | November 13, 2021 IST

ଆନନ୍ଦପୁର ୧୩।୧୧: ମାତିଛନ୍ତି ଲୁଟେରା । କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାରେ ଅଞ୍ଚଳରେ ମାତିଛନ୍ତି ଲୁଟେରା । ଅଭିଯୋଗ ପରେ ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ତେବେ ଆସନ୍ତୁ ଦେଖିବା କିପରି ଲୁଟେରା ଲୁଟ ଉଦ୍ୟମ କରୁଥିଲେ...

wp:html /wp:html

ଖବର ଅନୁଯାୟୀ, ଗତ ସପ୍ତାହରେ ଖଲଣା ମାର୍କେଟ କମ୍ପେକ୍ସରେ ଥିବା ୩ଟି ଦୋକାନାରୁ ସଟର ତାଡି ବହୁ ସାମଗ୍ରୀ ସହ ନଗଦ ଟଙ୍କା ଚୋରି ହୋଇଥିବା ବେଳେ ଶୁକ୍ରବାର ରାତିରେ ପୁଣି ଥରେ ସମାନ ଢଙ୍ଗରେ ରାମଚନ୍ଦ୍ରପୁର ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ଅନ୍ୟ ଏକ ମାର୍କେଟ କମ୍ପେକ୍ସରେ ଚୋରି ହୋଇଛି । ଏଠାରେ ଥିବା ୨ଟି ଭେରାଇଟି ଷ୍ଟୋର ସହ ଗୋଟିଏ ଲୁଗା ଦୋକାନର ସଟର ଭାଙ୍ଗି ଚୋରୀ ଉଦ୍ୟମ ହୋଇଛି । ହେଲେ  ସଟର ଲକ୍‌କୁ ଠିକ୍‌ ଭାଙ୍ଗେ ନଭାଙ୍ଗିବାରୁ ଚୋରମାନେ ଚୋରି କରିବାରେ ବିଫଳ ହୋଇଥିଲା । ତେବେ ଏହି ଚୋରୀ ଉଦ୍ୟମର ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓ ଫୁଟେଜକୁ ଆଧାର କରି ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । ଲଗାତର ଭାବେ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବାରୁ ଅସନ୍ତୋଷ ଦେଖାଦେଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.