ସିସି ଟିଭିରେ କଏଦ୍ ହେଲା ଲୁଟ୍‌ ଦୃଶ୍ୟ- ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍

Published By : Prameya-News7 Bureau | October 12, 2019 IST

ରାଉରକେଲା- ବନ୍ଧୁକ ଦେଖାଇ ଲୁଟ ,ମୁଖା ପିନ୍ଧି ବନ୍ଧୁକ ଦେଖାଇ ତିନି ଦୁର୍ବୁତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା । ରାଜଗାଙ୍ଗପୁର ଜାମପାଲି ବାଇପାସରେ ଏହି ଲୁଟ୍ ହୋଇଛି ।
। ଶ୍ରମିକ ଠିକାଦାର କାରରୁ ଓହ୍ଲାଇବା ସମୟରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । , ରାଜଗାଙ୍ଗପୁର ପୋଲିସ ତନାଘନା ।

ଆଜି ସନ୍ଧ୍ୟାରେ ରାଜଗାଙ୍ଗପୁର ଜାମପାଲି ବାଇପାସରେ ଥିବା ଏମଆର ଫେରୋ କମ୍ପାନୀର ଶ୍ରମିକ ଠିକାଦାର ମୁନା ମିଶ୍ରା ଶ୍ରମିକ ମାନଙ୍କ ପ୍ରାପ୍ୟ ଦେବାକୁ ଟଙ୍କା ନେଇ କମ୍ପାନୀର ଗେଟ ସମ୍ମୁଖର କାର ରଖି କମ୍ପାନୀ କୁ ଯିବା ପୂର୍ବରୁ ତିନି ଲୁଟେରା ମୁଖା ପିନ୍ଧି ଗୋଟିଏ ବାଇକରେ ଆସି ବନ୍ଧୁକ ଦେଖାଇ ଥିଲେ । ଏହାପରେ ସେ ମୁନାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ । ଏହାର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି । ପୁଲିସ ଏବେ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.