ଡକାୟତି ଯୋଜନା ପଣ୍ଡ ; ୪ଡକାୟତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | February 13, 2019 IST

ଆନନ୍ଦପୁର୧୩|୨: ଆନନ୍ଦପୁରରେ ଡକାୟତି ଯୋଜନା ପଣ୍ଡ ହୋଇଛି । ୪ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ ହୋଇଛି । ଗତକାଲି ବିଲମ୍ବିତ ରାତିରେ ଭଦ୍ରକ ଅଞ୍ଚଳରୁ ଏକ ବୋଲେରୋ ଯୋଗେ ଆସିଥିବା ୪ଜଣ ଡକାୟତଙ୍କୁ ଗିରଫ କରାଯାଇଛି ।  ସେମାନଙ୍କ ନିକଟରୁ ମାରଣାସ୍ତ୍ର, ମୋବାଇଲ ଓ ବୋଲେରୋ ଜବତ କରାଯାଇଛି । ଆନନ୍ଦପୁର ଥାନା ଶାଳବଣି ହାଟ ନିକଟରେ ଏମାନେ ଡକାୟତ ପାଇଁ ଯୋଜନା କରୁଥିଲେ । ପୋଲିସ ଅତର୍କିତ ଚଢାଉ କରିଥିବା ବେଳେ ଘଟଣା ସ୍ଥଳରୁ ୨ଜଣ ଚମ୍ପଟ ମାରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.