ରାଜରାସ୍ତାରେ ରାତି ଅଧିଆ ଖଣ୍ଡା, ଲୁହା ରଡ୍ ଧରି ଲୁଟେରାଙ୍କ ହମଲା: କାରକୁ ପଛୁଆ ନେଇ ଆସିଲେ ଡ୍ରାଇଭର, କ୍ୟାମେରାରେ କଏଦ୍ ପୁରା ଘଟଣା

Published By : Prameya-News7 Bureau | December 20, 2020 IST

ଯାଜପୁର ୨୦/୧୨ :  ମାତିଛନ୍ତି ଲୁଟେରା । ରାଜରାସ୍ତାରେ ଯାହାକୁ ପାରୁଛନ୍ତି ତାକୁ ଲୁଟୁଛନ୍ତି । ଭୟ ନାହିଁ କି ଡର ନାହିଁ । ଏଭଳି ଏକ ଲୁଟ୍‌ ଘଟଣାରୁ ଉପସ୍ଥିତି ବୁଦ୍ଧି ଖଟାଇ ଖସି ଯାଇଛନ୍ତି ଯାଜପୁର କଳିଙ୍ଗନଗରରେ ଥିବା ଏକ କଂପାନୀର ଉଚ୍ଚ ପଦସ୍ଥ ଅଧିକାରୀ । ତେବେ ତାଙ୍କ ଗାଡିରେ ଲାଗଥିବା କ୍ୟାମେରାରେ ଏହି ଘଟଣାର ଭିଡିଓ କଏଦ ହୋଇଯାଇଛି । ଆଉ ହରିୟାଣାରେ ଜଣେ ଯୁବକ ବାପା ମାଙ୍କୁ ମାରପିଟ କରିବା ପରେ ଭିଣୋଇକୁ ଗାଡି ଚଢାଇ ମାରିବାକୁ କିପରି ଉଦ୍ୟମ କରୁଛି ତାର ସିସିଟିଭି ଭିଜୁଆଲ୍‌ ବି ଭାଇରାଲ୍‌ ହୋଇଛି ।

{"id":380302,"sizeSlug":"large","linkDestination":"none"}

ରାତି ପାଖାପାଖି ଗୋଟାଏ ୩୭ ମିନିଟ୍‌ । ଯାଜପୁର କଳିଙ୍ଗନଗର ଡୁବୁରୀ-ଟମ୍‌ରା ରାସ୍ତାରେ ଆଗକୁ ବଢି ଛାଲିଛି କାର । ଡୁବୁରୀ କଲେଜ ନିକଟରେ ରାସ୍ତା ଉପରକୁ ଆସୁଛନ୍ତି ୫ ରୁ ୬ ଜଣ ଯୁବକ । ଜଣଙ୍କ ହାତରେ ଟର୍ଚ୍ଚ ଧରି ଡ୍ରାଇଭର ମୁହଁକୁ ପକାଉଛନ୍ତି । ଅନ୍ୟମାନଙ୍କ ହାତରେ ଖଣ୍ଡା, ଲୁହା ରଡ୍‌ ଓ ଠେଙ୍ଗା । ଡ୍ରାଇଭର କିଛି ବୁଝିବା ପୂର୍ବରୁ କାର ଅଟକାଉଛନ୍ତି । ହେଲେ ବିପଦକୁ ବାରି ନେଉଛନ୍ତି ଡ୍ରାଇଭର । କାରକୁ ଦ୍ରତୁତଗତିରେ ପଛୁଆ ନେଇଆସୁଛନ୍ତି । ଆଉ ସଂପୃକ୍ତ ଦୁର୍ବୃତ୍ତମାନେ ଗାଡି ଉପରକୁ ହାତରେ ଧରିଥିବା ଠେଙ୍ଗା ଓ ଲୁହାରଡ ଫିଙ୍ଗୁଛନ୍ତି । ହେଲେ ସେମାନଙ୍କ କବଳରୁ ଖସିଆସିବାରେ ସକ୍ଷମ ହେଉଛନ୍ତି ଗାଡିର ଡ୍ରାଇଭର । ଏହି ଘଟଣା ଗାଡି ଡାସ୍‌ ବୋର୍ଡରେ ଲାଗିଥିବା କ୍ୟାମେରାରେ କଏଦ ହୋଇଯାଇଛି ।  ଗାଡି ଚଳାଉଥିବା ବ୍ୟକ୍ତି  ନିକଟସ୍ଥ ଏକ ଶିଳ୍ପ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ । ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଯାଉଥିବା ବେଳେ ଏମିତି ଦୁର୍ବୃତ୍ତଙ୍କ କବଳରେ ପଡିଥିଲେ । ରାଜରାସ୍ତାରେ ଏଭଳି ଲୁଟ ଉଦ୍ୟମର ଛାତିଥରା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

{"id":380301,"sizeSlug":"large","linkDestination":"none"}

ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ହେଲେ ଏହି ରାସ୍ତାରେ ବିଲମ୍ବିତ ରାତିରେ ଏଭଳି ଲୁଟତରାଜ ସାଧାରଣ ଘଟଣା ହେଲାଣି । ଏହି ରାସ୍ତାରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଏକରକମ ହେଉନଥିବାରୁ ଏହାର ସୁଯୋଗ ନେଇ ଲୁଟେରାମାନେ ମାତିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଯେଉଁ କେତେଜଣ ଅଭିଯୋଗ କରୁଛନ୍ତି ପୋଲିସ ହାତବାନ୍ଧି ବସୁଥିବା ଅଭିଯୋଗ ହୋଇଛି । 

{"id":380342,"sizeSlug":"large","linkDestination":"none"}

ଆଉ ଏ ହେଉଛି ହରିୟାଣା ଗୁରୁଗ୍ରାମର ସେକ୍ଟର -୯ ର ଦୃଶ୍ୟ । ଯେଉଁଠି ଜଣେ ଯୁବକ ବାରମ୍ବାର ପିକ୍‌ ଅପ୍‌ ଭ୍ୟାନ୍‌ ଚଢାଇ ଜଣଙ୍କୁ ମାରିବାକୁ ଚାହୁଁଛି । ଏହି ଦୃଶ୍ୟ ହସ୍ପିଟାଲ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଯୁବକ ଜଣଙ୍କ ତାର ବାପା ମାଙ୍କ ସଙ୍ଗେ ମାରପିଟ କରିଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କ ପିତାଙ୍କୁ ତାଙ୍କ ଜ୍ବାଇଁ ତଥା ସଂପୃକ୍ତ ଯୁବକଙ୍କ ଭିଣୋଇ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ତେବେ କାହିଁକି ତାଙ୍କୁ ହସ୍ପିଟାଲ୍‌ ଭର୍ତ୍ତି କରାଗଲା ସେହି ରାଗରେ ଯୁବକ ଜଣଙ୍କ ତାଙ୍କ ଭିଣୋଇ, ହସ୍ପିଟାଲ୍‌ର ଗାର୍ଡ ଓ ସୁଇପର ଉପରେ ବାରମ୍ବାର ଗାଡି ଚଢାଇ ମାରିବାକୁ ଉଦ୍ୟମ କରୁଛି । ଫଳରେ ହସ୍ପିଟାଲ୍‌ର ଆଉଟ୍‌ଡୋର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଜଣ ରୋଗୀ ଓ ତାଙ୍କ ସଂପର୍କୀୟ ଆହତ ହୋଇଛନ୍ତି । କିଛି ଗାଡି ବି ଭାଙ୍ଗି ରୁଜି ଯାଇଛି ।  ଯାହାର ଦୃ୍ଶ୍ୟ ହସ୍ପିଟାଲ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଘଟଣାର ଯାଞ୍ଚ ଚାଲିଛି । …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.