କଳା କନା ବୁଲାଇଲେ ଚୋର, ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ଗହଣାଗାଣ୍ଠି

Published By : Prameya-News7 Bureau | March 05, 2021 IST

ସାଲେପୁର, ୦୫/୦୩: ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ଦୃର୍ବୁତ୍ତମାନେ ୧୦ଲକ୍ଷ ଟଙ୍କାର ସୁନା-ରୁପା ଗହଣା ସହ ନଗଦ ୨୦ହଜାର ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି । ଏଭଳି ଘଟଣା କଟକ ଜିଲ୍ଲା ସାଲେପୁରର ପାଗା କୁଳିନ୍ଦ ଗ୍ରାମରେ ଘଟିଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ, କୁଳିନ୍ଦ ଗ୍ରାମର ପ୍ରମୋଦ ରାଉତଙ୍କ ଘରେ ଦୃର୍ବୁତ୍ତମାନେ ଏପରି କାଣ୍ଡ ଘଟାଛନ୍ତି । ଗତକାଲି ରାତିରେ ପ୍ରମୋଦଙ୍କ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନୋଇ ଦୃର୍ବୁତ୍ତ କବାଟ ଭାଙ୍ଗି ଘରେ ପଶିଥିଲେ । ଶୋଇବା ଘରେ ଥିବା ଗଡ଼ରେଜ ଭାଙ୍ଗି ପାଞ୍ଚହଳ କାନଫୁଲ, ଆଠ ହଳ ଚୁଡ଼ି, ମୁଦି ଦଶଟି, ପାଉଁଜୀ ଦଶ ହଳ, ଚେନ ୨ଟା ସହ ଗହଣାଗାଣ୍ଠି ଏବଂ ନଗଦ ୨୦ହଜାରଟଙ୍କା ସେମାନେ ଲୁଟିନେଇଥିବା ଜଣାପଡ଼ିଛି ।

ଏ ନେଇ  ପ୍ରମୋଦ ରାଉତ ପାଗା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.