ତାଲା ଭାଙ୍ଗି ରାମ ମନ୍ଦିରରୁ ଚୋରି : ବୋହିନେଲେ ତିନି ଠାକୁରଙ୍କ ରୂପା ମୁକଟ

Published By : Prameya-News7 Bureau | October 10, 2021 IST

ଭଦ୍ରକ ୧୦/୧୦: ତାଲା ଭାଙ୍ଗି ମନ୍ଦିରରୁ ଚୋରି , ଲୁଟିନେଲେ ଠାକୁରଙ୍କର ଅଳଙ୍କାର । ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୈସିଂ ପଞ୍ଚାୟତ ସାଳନ୍ଦୀ ନଦୀର କୂଳରେ ଥିବା ରାମ ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିର ଚାବି ଭାଙ୍ଗି ଚୋରି ହୋଇଛି ।

wp:gallery {"ids":[525037],"linkTo":"none"} /wp:gallery

ରାମ , ଲକ୍ଷ୍ମଣ ଓ ସୀତାଙ୍କର ତିନୋଟି ମୂଲ୍ୟବାନ ରୁପା ମୁକୁଟ ଚୋରି କରିବା ସହ ମନ୍ଦିର ଭିତରେ ଥିବା ଭେଟି ଟଙ୍କା ନେଇଯାଇଛନ୍ତି । ସ୍ଥାନୀୟ ଲୋକେ ସଖାଳୁ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିଥିଲେ, ମନ୍ଦିର ପୁଜାରୀ ଗ୍ରାମାଞ୍ଚଳ ଥାନାରେ ଚୋରି ନେଇ ଲିଖିତ ଏତଲା ଦେଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Byte - ସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.