ବ୍ୟାଙ୍କ୍ ଗାଡିରୁ ୩୫ ଲକ୍ଷ ଲୁଟ୍, ବୋଲେରୋ ଅଟକାଇ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 09, 2020 IST

କୁଚିଣ୍ଡା, ୦୯।୧୧: ସମ୍ବଲପୁର ଜିଲ୍ଲା  କୁଚିଣ୍ଡାରେ ଏକ ବଡ ଧରଣର ଲୁଟ୍ ହୋଇଛି ।  ୟୁନିୟନ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବ୍ୟାଙ୍କ କର୍ମଚାରୀଙ୍କଠାରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ।

 ସୂଚନାନୁସାରେ, କୁଚିଣ୍ଡା ୟୁନିଅନ ବ୍ୟାଙ୍କରୁ  ଦେବଗଡ ଲଇମୁରା ୟୁନିୟନ ବ୍ୟାଙ୍କକୁ ଟଙ୍କା ଯାଉଥିଲା । ୩୫ ଲକ୍ଷ ୪୧ ହଜାର ଟଙ୍କା ଉଠାଇ କର୍ମଚାରୀମାନେ ବୋଲେରୋରେ ଦେବଗଡ ଯାଉଥିଲେ । ଏହି ସମୟରେ କରଙ୍ଗାମାଲ ନିକଟରେ  ୩ଟି ପଲସର ବାଇକ ଯୋଗେ ୬ ଜଣ ଆସି  ଲୁଟେରା ଆସି ଗାଡି ଅଟକାଇଥିଲେ । ଏହାସହ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣା ସ୍ଥଳରେ ସମ୍ବଲପୁର ଏସପି ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.