Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ଜେଲରେ ଥିବା ଅଭିଯୁକ୍ତ ବିରୋଧରେ ଲୁଟ୍ ଅଭିଯୋଗ !

5/12/2019 at 10:51 AM

ସୋର ୦୫।୧୨: ଜେଲ ଭିତରେ ଅଛି ଅଭିଯୁକ୍ତ , ଏଣେ ପୁଣି ସେହି ସମୟରେ ଅଭିଯୁକ୍ତ ନାଁରେ ଲୁଟ ଅଭିଯୋଗ ଆଣିଛି ପୋଲିସ ।  ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞଚଳରେ ଘଟିଛି ଘଟଣା ।  ଏପରି ସ୍ଥିତିରେ ପୋଲିସର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଖଇରା ପୋଲିସ ସୋର ଉତ୍ତରେଶ୍ବର ଅଞ୍ଚଳର କୋଚାଲି ନାୟକଙ୍କୁ ଏକ ମାମଲାରେ ଜାନୁୟାରୀ ୧୯ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହାଇକୋର୍ଟରେ ଜାମିନ ମଞ୍ଜୁର ହେବା ପରେ ସେ ଅଗଷ୍ଟ ୨ ତାରିଖରେ ଜେଲରୁ ବାହାରିଥିଲେ ।

ତେବେ ଆଶ୍ଚର୍ଯ୍ୟଜନକ ଭାବରେ ସେ ଜେଲରେ ଥିବା ସମୟରେ ଗତ ମେ’ ୨୩ ତାରିଖରେ ଜାତୀୟ ରାଜପଥରେ ଲୁଟ ମାମଲାରେ କୋଚାଲିଙ୍କ ନାଁ ଦର୍ଶାଇଛି ପୋଲିସ ।  କୋଚାଲିଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ବିଶି କେଶନ ଦାସ ଓ  ସୂର୍ଯ୍ୟକାନ୍ତ ଦାସ ଏହି ଘଟଣା ସାମ୍ନାକୁ ଆଣିଛନ୍ତି । ବିଚାରାଧୀନ କଏଦୀ ଭାବରେ ଜେଲରେ ଭିତରେ ଥାଇ ପୁଣି ରାଜପଥରେ କେମିତି ଲୁଟରେ ସଂପୃକ୍ତ ରହିଲେ, ସେନେଇ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି । କୋଚାଲିଙ୍କୁ ନ୍ୟାୟ ଦେବାକୁ ଦୁଇ ଆଇନଜୀବୀ ଦାବି କରିଛନ୍ତି । ଏପଟେ ପୋଲିସ କୋଚାଲିଙ୍କୁ ଫସାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

   Related Posts