କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପତ୍ନୀ ଏବଂ ପୁଅଙ୍କ ନାଁରେ ଲୁକଆଉଟ୍‌ ନୋଟିସ୍‌ ଜାରି

Published By : Prameya-News7 Bureau | September 09, 2021 IST

ମୁମ୍ବାଇ ୯/୦୯: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପତ୍ନୀ ଏବଂ ପୁଅଙ୍କ ନାଁରେ ଲୁକଆଉଟ୍‌ ନୋଟିସ ଜାରି କରିଛି ପୁଣେ ପୋଲିସ। ପୁଣେ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ଲୁକଆଉଟ୍‌ ନୋଟିସ୍‌ ଜାରି ପରେ ସେମାନେ ଦେଶ ଛାଡ଼ି ଯାଇପାରିବେ ନାହିଁ। ପୋଲିସ ଅଧିକାରୀ ଶ୍ରୀନିବାସ ଖଡ଼ଗେ କହିଛନ୍ତି, ନୀଲମ ରାଣେ ଏବଂ ନୀତେଶ ରାଣେଙ୍କ ବିରୋଧରେ ୩ ସେପ୍ଟେମ୍ବରରେ ଲୁକଆଉଟ୍‌ ନୋଟିସ ଜାରି ହୋଇଛି।

ନୀଲମ ରାଣେଙ୍କ ସାମୀତ୍ବରେ ଥିବା କମ୍ପାନୀ ଆର୍ଟଲାଇନ୍‌ ପ୍ରପର୍ଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଡିଏଚଏଫଏଲ୍‌ରୁ ୨୫ କୋଟି ଟଙ୍କା ଋଣ ନେଇଥିଲା। ଏବେ କମ୍ପାନୀ ଉପରେ ୨୭.୧୩ କୋଟି ଟଙ୍କା ଋଣ ରହିଛି। ସେହିଭଳି ନାରାୟଣଙ୍କ ପୁଅ ନୀତେଶଙ୍କ କମ୍ପାନୀ ନୀଲମ ହୋଟେଲ୍ସ ଉପରେ ୩୪ କୋଟି ଟଙ୍କା ଋଣ ରହିଛି। ଦୁଇ କମ୍ପାନୀର ବ୍ୟାଙ୍କ ଖାତାକୁ ଏନପିଏରେ ଅନ୍ତର୍ଭୁକ୍ତ କରାଯିବା ପରେ ଋଣ ଦେଇଥିବା କମ୍ପାନୀ କେନ୍ଦ୍ରକୁ ସୂଚନା ଦେଇଥିଲା।

ଏହା ପରେ କେନ୍ଦ୍ର ଏନେଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ନେଇ ସେମାନଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏକ ବିବାଦୀୟ ବୟାନ ପାଇଁ ଗିରଫ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବେ ବୋଲି କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.