Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଭାରତ ଇତିହାସରେ ଦୀର୍ଘତମ ବଜେଟ୍‌ ଉପସ୍ଥାପନା- ସମୟ ପୂର୍ବରୁ ସମାପ୍ତ କଲେ ଅର୍ଥମନ୍ତ୍ରୀ

1/02/2020 at 2:24 PM

ନୂଆଦିଲ୍ଲୀ ୦୧।୦୨ – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଭାରତ ଇତିହାସରେ ଦୀର୍ଘତମ ବଜେଟ୍‌ ଉପସ୍ଥାପନା କରିଛନ୍ତି। ସ୍ୱାଧୀନ ଭାରତରେ ଏହା ଏକ ରେକର୍ଡ । ପୂର୍ବାହ୍ନ ୧୧ଟାରେ ସେ ବଜେଟ୍‌ ଉପସ୍ଥାପନା କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ସେ ବଜେଟ୍‌ ଉପସ୍ଥାପନା କରିଥିଲେ । ଅପରାହ୍ନ ଗୋଟାଏ ୪୦ ସମୟରେ ସୀତାରମଣ ବଜେଟ ଉପସ୍ଥାପନକୁ ଶେଷ କରିଥିଲେ । ଏହା ପ୍ରାୟ ୨ ଘଣ୍ଟା ୪୦ ମିନିଟ୍‌ ଧରି ଚାଲିଥିଲା । ୧୬୦ ମିନିଟ୍‌ ଧରି ସେ ବଜେଟ୍‌ ଭାଷଣ ଉପସ୍ଥାପନ କରିଥିଲେ ।

ଆଉ ମାତ୍ର ୨ ପୃଷ୍ଟା ଥିବା ସମୟରେ ସେ କପାଳରେ ଝାଳ ପୋଛୁଥିବା କଥା ପିଟିଆ ଓ୍ୱେବସାଇଟ୍‌ରେ ସୂଚନା ଦିଆଅଯାଇଛି । ଏହାପରେ ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବା ସହ ବଜେଟ୍‌ ଭାଷଣକୁ ଶେଷ କରିଥିଲେ ।

ତାଙ୍କ ବିଭାଗର ଅନ୍ୟମନ୍ତ୍ରୀ ସାହାଯ୍ୟ ପାଇଁ କହିଥିଲେ । ମାତ୍ର ବଜେଟ୍‌ର ଅନ୍ୟ ଦୁଇ ପୃଷ୍ଠାକୁ ପାଠ କରାଯାଇଥିବା ଗ୍ରହଣ କରିବା ପାଇଁ ସେ ବାଚସ୍ପତି ଓମ୍‌ ବିରଲାଙ୍କୁ ଅନୁରୋଧ କରିଥିଲେ ।
୨୦୧୯ ମସିହାରେ ନିର୍ମଳା ସୀତା ରମଣ ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ୱ ଗ୍ରହଣ କରିଥିଲେ । ୨୦୧୯ରେ ସେ ଲମ୍ବା ବଜେଟ୍‌ ଭାଷଣ ପ୍ରଦାନ କରିଥିଲେ । ଏହାର ସମୟ ସୀମା ଦୁଇ ଘଣ୍ଟା ୧୭ ମିନିଟ୍‌ ଥିଲା । ପୂର୍ବରୁ ଯଶଓ୍ୱନ୍ତ ସିଂ ୨୦୦୩ ମସିହାରେ ୨ ଘଣ୍ଟା ୧୫ ମିନିଟ୍‌ ପାଇଁ ବଜେଟ୍‌ ଭାଷଣ ପ୍ରଦାନ କରିଥିଲେ । ୨୦୧୯ ମସିହାରେ ଅର୍ଥମନ୍ତ୍ରୀ ହିନ୍ଦୀ , ଊର୍ଦ୍ଦୁ ଓ ତାମିଲ ଭାଷାର କବିତା ଆବୃତି କରିଥିଲେ ।
I

ଚଳିତ ଥର ଅର୍ଥମନ୍ତ୍ରୀ କାଶ୍ମୀର ଭାଷାର କବିତା ଆବୃତ୍ତି କରିଛନ୍ତି । ପ୍ରସିଦ୍ଧ କାଶ୍ମୀର କବି ପଣ୍ଡିତ ଦୀନାନାଥ କଲ ନଦିମଙ୍କ କବିତା ଆବୃତ୍ତି କରିଥିଲେ ।

   Related Posts