Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭାରତ ଗସ୍ତର ଠିକ୍ ପୂର୍ବରୁ ଶେଖ ହସୀନାଙ୍କୁ ଫୋନ କଲେ ଇମ୍ରାନ, କହିଲେ କ’ଣ ଜାଣନ୍ତୁ

3/10/2019 at 7:59 PM

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଗୁରୁବାର ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏଠାରେ ବିଶ୍ୱ ଆର୍ଥିକ ଫୋରମର ‘ଭାରତ ଆର୍ଥିକ ସମ୍ମିଳନୀ’ରେ ଯୋଗ ଦେବେ। ତେବେ ହସୀନାଙ୍କ ଭାରତ ଗସ୍ତର ଠିକ ପୂର୍ବରୁ ବୁଧବାର ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ଫୋନ କରିଥିଲେ। ଇମ୍ରାନ ଦେଶର କ୍ଷମତା ସମ୍ଭାଳିବା ପରେ ପ୍ରଥମ ଥର ହସୀନାଙ୍କୁ ଫୋନ କରିଥିବା ବେଳେ କାଶ୍ମୀର ପ୍ରସଙ୍ଗରେ  ବିଶ୍ୱର ଇସ୍ଲାମ ଦେଶମାନଙ୍କ ସମର୍ଥନ ଯୋଗାଡ କରୁଥିବା କହିଥିଲେ।

ଇମ୍ରାନଙ୍କ ଫୋନ ସମ୍ପର୍କରେ ବାଂଲାଦେଶ ପ୍ରେସ୍ ସଚିବ ଏହସାନ ଉଲ କରୀମ ସୂଚନା ଦେଇଥିବା ବେଳେ ଇମ୍ରାନ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଗତବର୍ଷ ହସୀନା ଇଂଲଣ୍ଡରେ କରିଥିବା ତାଙ୍କ ଆଖିରେ ଅସ୍ତ୍ରୋପଚାର ସମ୍ପର୍କରେ ପଚାରିଥିଲେ ବୋଲି କହିଛନ୍ତି। ଏଥିଲାଗି ହସୀନା ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ପ୍ରେସ ସଚିବ କହିଛନ୍ତି।

ବାଂଲାଦେଶ ସହ ପାକ୍ ର ବୈଦେଶିକ ସମ୍ପର୍କ ଏବେ ଏତେଟା ଭଲ ନାହିଁ।  ଇମ୍ରାନଙ୍କ ସରକାର ନିର୍ବାଚିତ ହେବା ପରଠାରୁ କେବେ ବାଂଲାଦେଶ ସରକାରଙ୍କ ସହ କୌଣସି ପ୍ରକାର ସମ୍ପର୍କ କରିନଥିବା ବେଳେ ତେବେ ହସୀନାଙ୍କୁ ଅଚାନକ ପାକ୍ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ସମସ୍ତଙ୍କୁ ଚକିତ କରିଛି। ତେବେ ପ୍ରସଙ୍ଗରେ ହସୀନା ଇମ୍ରାନଙ୍କୁ କ’ଣ ଜବାବ ଦେଇଛନ୍ତି ତାହ ସ୍ପଷ୍ଟ ହୋଇ ନାହିଁ।  

   Related Posts