Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅପେକ୍ଷାର ଅନ୍ତ: ଜୁଲାଇ ୧ରୁ ଖୋଲିବ ସ୍କୁଲ-କଲେଜ୍, ଘୋଷଣା କଲେ ଏହି ରାଜ୍ୟ ସରକାର

20/06/2021 at 4:35 PM

ହାଇଦ୍ରାବାଦ ୨୦।୦୬: କରୋନା ମହାମାରୀର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ତେଲଙ୍ଗାନା ସରକାର ରାଜ୍ୟରୁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ହଟାଇ ଦେଇଛନ୍ତି। ଏହା ପରେ ସ୍କୁଲ-କଲେଜ୍ ପୁନର୍ବାର ଖୋଲିବାକୁ ଅନୁମତି ଦିଆଯାଇଛି। କ୍ୟାବିନେଟ୍‌ର ସମସ୍ତ ବିଭାଗର ଅଧିକାରୀଙ୍କୁ ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ ଲଗାଯାଇଥିବା ସମସ୍ତ କଟକଣା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଆଧାରରେ ଏବେ ଜୁଲାଇ ୧ରୁ ସ୍କୁଲରେ ପିଲାଙ୍କ ପାଠପଢା ଆରମ୍ଭ  ହେବ।

ଜୁଲାଇ ୧ରୁ ସଂପୂର୍ଣ୍ଣ ପ୍ରସ୍ତୁତି ସହ  ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ତେଲଙ୍ଗାନା ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଯେମିତି ଛାତ୍ର-ଛାତ୍ରୀ ବିନା ଭୟରେ ବିଦ୍ୟାଳୟ ଆସି ପାରିବେ ତାର ବନ୍ଦୋବସ୍ତ କରିବାକୁ କୁହାଯାଇଛି। ଶିକ୍ଷାନୁଷ୍ଠାନ ପୁଣି ଥରେ ଖୋଲିବା ସହ ଛାତ୍ର-ଛାତ୍ରୀଙ୍କ ବାଧ୍ୟତାମୂଳକ ଉପସ୍ଥିତି, ଅନଲାଇନ୍ ପାଠପଢା ଏବଂ ଅନ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ ଗାଇଡ୍‌ଲାଇନ୍‌ ଶୀଘ୍ର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିଜ ସାମାଜିକ ଗଣମାଧ୍ୟମ ଟ୍ଵିଟର ଜରିଆରେ ସୂଚନା ଦେଇଛି, ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟ ଆଧାରରେ ରାଜ୍ୟରୁ ଲକ୍‌ଡାଉନ୍‌ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପଜିଟିଭହାର ବହୁତ ହ୍ରାସ ଘଟିଛି। ଏହି କାରଣରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ  ଦିଆଯାଇଛି।

   Related Posts