ସୁନା ସହ ପ୍ରତିଦ୍ୱନ୍ଦ୍ୱୀତା କରୁଛି Bitcoin ! ଏହାର ଦୀର୍ଘକାଳୀକ ଆକଳନ କଳ୍ପନାତୀତ କହିଲେ strategist

Published By : Prameya-News7 Bureau | January 05, 2021 IST

ବାଜରରେ କ୍ରିପ୍ଟୋ କରେନ୍ସି ନିଜର ସ୍ଥିତି ମଜଭୁତ କରିବାରେ ଲାଗିଛି। ଏଥିରେ ବିଟ୍‌ କଏନ୍‌ର ଦୀର୍ଘକାଳୀକ ଅନୁମାନ କଳ୍ପନାତୀତ ବୋଲି କହିଛନ୍ତି ବଜାର ବିଶ୍ଲେଷକ। ହୁଏତ ଏହାର ମୂଲ୍ୟ ୧ଲକ୍ଷ ୪୬ ହଜାର ଡଲାରକୁ ମଧ୍ୟ ପାର ନ କରିବ ତାହା କହି ହେବନି। କାରଣ ଏହା ସମ୍ପତ୍ତି ଓ ସ୍ୱର୍ଣ୍ଣ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଛି। ଏଣୁ ଡିଜିଟାଲ କରେନ୍ସି କେଉଁସ୍ତରରେ କେତେବେଳେ ପହଞ୍ଚିବ ତାର ଆକଳନ ସମ୍ଭବ ନୁହେଁ ବୋଲି ବିଶ୍ଲେଷକ କୁହନ୍ତି।

ବଜାର ରଣନୀତିଜ୍ଞଙ୍କ ଅନୁସାରେ ବିଟ୍‌ କଏନ୍‌ ଲାଗି ନୂଆବର୍ଷ ଆରମ୍ଭ ସାମାନ୍ୟ ଆହ୍ୱାନପୂର୍ଣ୍ଣ ଥିଲା। ହେଲେବି ଏହା କେତେବେଳେ ୫୦ ହଜାରରୁ ୧ ଲକ୍ଷ ଡଲାରକୁ ନ ଛୁଇଁବ ତାହା କହି ହେବ ନାହିଁ। ହୁଏତ ଏହା ସ୍ୱଳ୍ପକାଳୀକ ହୋଇପାରେ ହେଲେ ନିଶ୍ଚିତ ଧାର୍ଯ୍ୟ ଲକ୍ଷ ଛୁଇଁବ ବୋଲି କହିଛନ୍ତି।

ଜେପି ମୋର୍ଗାନ ଚେଜ୍‌ ଏଣ୍ଡ କୋଙ୍କ ଅନୁସାରେ ବିଟ୍‌ କଏନ ୧ଲକ୍ଷ ୪୬ ହଜାର ଡଲାର ଛୁଇଁବା କିନ୍ତୁ ନିଶ୍ଚିତ। ବିଟ୍‌ କଏନ ସୁନା ସହ ପ୍ରତିଦ୍ୱନ୍ଦ୍ୱୀତା କରୁଛି। ହେଲେ ସୁନାର ବଜାର ମୂଲ୍ୟ ସର୍ବଦା ସ୍ଥିର ରହୁନି। ଏଣୁ ଏପରି ଏକ ସମୟ ଆସିବ  ଯେତେବେଳେ ନିବେଶକ ନିବେଶ ଲାଗି ସିଧା ବିକଳ୍ପ ମୁଦ୍ରା ବିଟ କଏନ ଉପରେ ନିର୍ଭର ନ କରିବେ ତାହା କହି ହେବନାହିଁ।

ସୋମବାର ବିଟ୍ କଏନ୍‌ରେ ୧୭ ପ୍ରତିଶତ ହ୍ରାସ ଦେଖାଯାଇଛି। ବର୍ଷରେ ଏହା ସର୍ବାଧିକ ହ୍ରାସ ମନେ କରାଯାଉଥିବା ବେଳେ ପ୍ରାୟ ୩୪ ହଜାର ଡଲାର ଭାଙ୍ଗିଛି। ହେଲେ ବର୍ଷକରେ ଏହା ମୂଲ୍ୟ ୪ ଗୁଣାରୁ ବି ଅଧିକ ହୋଇଥିବାରୁ ଅଭିବୃଦ୍ଧିକୁ ନଜରଅନ୍ଦାଜ କରାଯାଇ ନପାରେ। ଲଣ୍ଡନରେ ରାତି ୧୦ଟା ୩୦ ମିନିଟ୍‌ ସୁଧା ବିଟ କଏନରେ ୧.୭ ପ୍ରତିଶତ ବୃଦ୍ଧି ଯୋଗୁ ୩୧ ହଜାର ୫୬୭ ଡଲାରରେ ପହଞ୍ଚିଥିଲା। ସେପଟେ ବ୍ଲୁମବର୍ଗ ଗାଲାକ୍ସି କ୍ପିପ୍ଟୋ ଇଣ୍ଡେକ୍ସରେ ୦.୯ ପ୍ରତିଶତ ଯୋଗ କରିବା ଏହାର ମୂଲ୍ୟ ବୃଦ୍ଧିକୁ ସୂଚିତ କରୁଛି।

ସେପଟେ ପଲ ଟୁଡୋର ଜୋନ୍ସରୁ ଆରମ୍ଭ କରି ସ୍କଟ ମିନର୍ଡ ଓ ଷ୍ଟାନ ଡର୍କେନମିଲର ପ୍ରମୁଖ ହୁଏତ ବିଟ୍ କଏନରେ ସେମାନଙ୍କ ପାଣ୍ଠି ଆଦନପ୍ରଦାନ ଆରମ୍ଭ କରିଛନ୍ତି ଅଥବା  ହୁଏତ ଏପରି କରିପାରନ୍ତି ବୋଲି ଘୋଷଣା କରିବା କେପ୍ଟୋ କରେନ୍ସିର ବଢୁଥିବା କାରବାରକୁ ପ୍ରମାଣିତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.