Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଲଞ୍ଚ୍ ହେଲା ଲଙ୍ଗରେଞ୍ଜ ରିଭଲଭର ‘ନିଶଙ୍କ’, ଜାଣନ୍ତୁ ଏହାର ଲକ୍ଷଭେଦ କ୍ଷମତା କେତେ ?

4/12/2019 at 5:08 PM

ନୂଆଦିଲ୍ଲୀ ୪।୧୨:   ଫିଲ୍ଡ ଗନ ଫ୍ୟାକ୍ଟ୍ରି କାନପୁର ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ରିଭଲଭର ‘ନିଶଙ୍କ’ର ବଜାର ପ୍ରବେଶ କରାଇଛନ୍ତି। ବ୍ୟବସାୟିକ ଉଦ୍ଦେଶ୍ୟରେ ଦେଶର ୨ଶହ ଆର୍ମ ଡିଲରଙ୍କୁ ଏହି ରିଭଲଭର ଦିଆଯାଇଥିବା ବେଳେ ଏହାକୁ ଦେଶର ଏପର୍ଯ୍ୟନ୍ତ ସବୁଠୁ ଅତ୍ୟାଧୁନିକ ଅଗ୍ନେୟାସ୍ତ୍ର ବୋଲି କୁହାଯାଉଛି।

ଏଥିଲାଗି ଫିଲ୍ଡ ଗନ ଫ୍ୟାକ୍ଟ୍ରିରେ ଆୟୋଜିତ ଉତ୍ସବରେ ଏଡିଜି ପ୍ରେମ ପ୍ରକାଶ ଓ ଫିଲ୍ଡ ଗନ ଫ୍ୟାକ୍ଟ୍ରିର ଜିଏମ ଅନୀଲ କୁମାର ଡିଲରଙ୍କୁ ବନ୍ଧୁକ ହସ୍ତାନ୍ତର କରିଛନ୍ତି। କାର୍ଯ୍ୟକ୍ରମରେ ଫ୍ୟାକ୍ଟ୍ରିର ଅନ୍ୟ ଅଧିକାରୀ ଦିନେଶ କୁମାର ସିଂହ ଓ ରାଜୀବ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଫ୍ୟାକ୍ଟ୍ରି ମହିଳାଙ୍କ ଲାଗି ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ରିଭଲଭର ‘ନିର୍ଭିକ’ ଲଞ୍ଚ କରିଥିଲେ। ଏହାର ବ୍ୟବସାୟିକ ସଫଳତାକୁ ଦୃଷ୍ଟିରେ ରଖି ‘ନିଶଙ୍କ’କୁ ପ୍ରସ୍ତୁତ କରାଯାଇଥିବା ଜିଏମ ଅନୀଲ କୁମାର କହିଛନ୍ତି। ତେବେ ଆସନ୍ତୁ ଜାଣିବା ନିଶଙ୍କର ବୈଶିଷ୍ଠ୍ୟ।

ଜାଣନ୍ତୁ ନିଶଙ୍କର ରେଞ୍ଜ କେତେ?
ଏହି ଆଗ୍ନେୟାସ୍ତ୍ର ପ୍ରସ୍ତୁତି ପୂର୍ବରୁ ଫିଲ୍ଢ ଗନ ଫ୍ୟାକ୍ଟ୍ରି ଡିଲର ଓ ଗ୍ରାହକଙ୍କ ଫିଡବ୍ୟାକ୍ ନିଆଯାଇଥିଲା। ଏଭଳି ଆଗ୍ନେୟାସ୍ତ୍ର ଯୋଗୁ ସେମାନେ ଅନୁଭବ କରୁଥିବା ସମସ୍ୟା ଦୂରିକରଣ ଲାଗି ପ୍ରାଥମିକତା ଦିଆଯାଇଥିଲା ବୋଲି ଅନୀଲ କୁମାର କହିଛନ୍ତି।  ବଜାରରେ ଏପର୍ଯ୍ୟନ୍ତ ଉପଲବ୍ଧ ରିଭଲଭରର ଗୁଡିକ ୧୫ ଅତି ବେଶି ହେଲେ ୨୦ ମିଟର ଦୂରରେ ଲକ୍ଷଭେଦ କରିପାରୁଛି। ହେଲେ ଏ କ୍ଷେତ୍ରରେ ନିଶଙ୍କ ସମ୍ପୂର୍ଣ୍ଣ ଅତ୍ୟାଧୁନିକ। ଏହା ୫୦ ମିଟର ଦୂରରେ ବି ଲକ୍ଷର ସନ୍ଧାନ କରିପାରେ। ଅର୍ଥାତ ନିଶଙ୍କରୁ ବାହାରିଥିବା ବୁଲେଟ୍ ୬୦ରୁ ୭୦ ମିଟର ଦୂରରେ ବି ଲକ୍ଷ ସନ୍ଧାନ କରିପାରିବ।

ବନ୍ଧୁକର ବୈଶିଷ୍ଠ୍ୟ
ଏହା ଏକ ପଏଣ୍ଟ ୩୨ ବୋର କ୍ୟାଲିବର ଶ୍ରେଣୀୟ ରିଭଲଭର ହୋଇଥିବା ବେଳେ ଏହାର ଓଜନ ମାତ୍ର ୭୪୦ ଗ୍ରାମ ରହିଛି। ଏହାର ବ୍ୟାରେଲ ୧୩୧.୬୫ ଏମଏମର ହୋଇଥିବା ବେଳେ ଗୁଳି ଲାଗି ୬ଟି ଚାମ୍ବର ରହିଛି। ଅର୍ଥାତ ଏହା ଏକ ୬ ରାଉଣ୍ଡ ପଏଣ୍ଟ ୩୨ବୋର ରିଭଲଭର। ଯାହା ଅନ୍ୟ ରିଭଲଭର ଅପେକ୍ଷା ଅଧିକ ମଜଭୁତ ହୋଇଥିବା ବେଳେ ଏହାର ଟ୍ରିଗର ପୁଲ ପୁରୁଣା ରିଭଲଭର ଅପେକ୍ଷା ଛୋଟ। ତେବେ ଆଗକୁ ଫ୍ୟାକ୍ଟ୍ରି ସ୍ମାର୍ଟ ରିଭଲଭର ଲଞ୍ଚ କରିବ ବୋଲି ଏହି ଅବସରରେ ଜିଏମ ଅନୀଲ କୁମାର କହିଛନ୍ତି। ଏଭଳି ରିଭଲଭରରେ ଚିପ୍ ରହିବ। ଯାହା ଆଗ୍ନେୟାସ୍ତ୍ରର ଲୋକେସନ, ଫାୟରିଂ ରେକର୍ଡ, ସର୍ଭିସ ଆଲାର୍ମ ଆଦି ରହିବ। ଯଦି ଅସ୍ତ୍ର ହଜି ଯାଏ ତେବେ ଏଥିରେ ଥିବା ଜିପିଏସ ଜରିଆରେ ଏହାକୁ ଠାବ ମଧ୍ୟ କରିହେବ ବୋଲି କହିଛନ୍ତି।  

   Related Posts