ଭୁବନେଶ୍ବର୧୩|୯: ଆଜି ମଧ୍ୟ ଭୁବନେଶ୍ବର ଆରଟିଓ ଅଫିସରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।ଲୋକମାନଙ୍କୁ ସୁବିଧାରେ ସେବା ଯୋଗାଇଦେବାକୁ ବ୍ୟବସ୍ଥାକୁ ମଧ୍ୟ ଅପଡେଟ୍ କରାଯାଇଛି । ସେପଟେ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ଭୁବନେଶ୍ବର ଟ୍ରାଫିକ୍ ଏସପି କହିଛନ୍ତି । ସେହିଭଳି ଆଜି ଏଜି ଛକରେ ଏଭଳି କିଛି ସଚେତନତା କାର୍ଯ୍ୟକ୍ରମ କରିଥିଲେ କିନ୍ନର ସଂଘ । …
{"id":157198}ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ ଅଫିସରେ ଲାଗିଛି ଭିଡ଼ । ସେପ୍ଟେମ୍ବର ୧ ତାରିଖରେ ମୋଟର ଭେଇକିଲ୍ ଆକ୍ଟ କଡ଼ାକଡ଼ି ହେବା ପରେ ହେଭି ଫାଇନ୍କୁ ଦେଖି ଡିଏଲ୍ ପାଇଁ ଆରଟିଓରେ ଲାଗିଛି ଲୋକଙ୍କ ଗହଳି ।ଆଇନ୍ ଲାଗୁ ହେବା ପରଠୁ ଏପର୍ଯ୍ୟନ୍ତ ୨୭ହଜାର ୩୩ଜଣ ଡିଏଲ ପାଇଁ ନିଜର ନାମ ପଞ୍ଜିକରଣ କରିସାରିଲେଣି ।
{"id":157201}ଲୋକଙ୍କ ଭିଡ଼କୁ ଦେଖି ରାଜଧାନୀର ଦୁଇ ଆରଟିଓରେ ସେବା ଯୋଗାଇଦେବାକୁ ବ୍ୟବସ୍ଥାକୁ ମଧ୍ୟ ଅପଡେଟ୍ କରାଯାଇଛି । ସେପଟେ ଟ୍ରାଫିକ୍ ରୁଲ୍ସ୍ ବାବଦରେ ଲୋକଙ୍କୁ ସଚେତନ କରିବାକୁ କମିଶନରେଟ୍ ପୋଲିସ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛି ତାହା ଜାରି ରହିବ ବୋଲି କହିଛନ୍ତି ଟ୍ରାଫିକ୍ ଏସପି ।
{"id":157202}ଆଜି ରାଜଧାନୀର ଏଜି ଛକରେ ଲୋକମାନଙ୍କୁ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ କରିଥିଲା କିନ୍ନର ମହାସଂଘ । ବିଭିନ୍ନ ପ୍ରକାର ପ୍ଲା-କାର୍ଡ଼ ଧରି ସ୍ଲୋଗାନ୍ ଦେଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲା ।
{"id":157200}ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରିବାକୁ ୩ମାସ ସମୟ ଦେଇଛନ୍ତି ସରକାର । ଏହି ସମୟ ଭିତରେ ଜଲଦି ଜଲଦି କାମ ସାରିବାକୁ ଲୋକେ ମଧ୍ୟ ତତ୍ପର ହେଉଛନ୍ତି । ସେପଟେ ଲୋକଙ୍କୁ ସଚେତନ କରିବାକୁ କମିଶନରେଟ୍ ପୋଲିସ ସହ ବିଭିନ୍ନ ସଂଗଠନ ମଧ୍ୟ ଆଗେଇ ଆସିଛନ୍ତି ।
wp:html /wp:html