୫୦୦ ଟିକାକୁ ୧୫୦୦ ଲୋକଙ୍କ ଭିଡ : ଟିକା ନେବାକୁ ଠେଲାପେଲା, ରାତି ଅଧରୁ ଲାଗିଛି ଲୋକଙ୍କ ଲାଇନ୍

Published By : Prameya-News7 Bureau | September 10, 2021 IST

ପାଟଣା ୧୦।୯: ଟିକା ପାଇଁ ଲାଇନରେ ପଥର ରଖି ଘଣ୍ଟା ଘଣ୍ଟା ଅପେକ୍ଷା କରିଛନ୍ତି ଲୋକ । ଟିକା ପାଇଁ ଲୋକେ ରାତି ଅଧରୁ ଟିକାକରଣ କେନ୍ଦ୍ରରେ ଅପେକ୍ଷା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ । ମହିଳାମାନେ ଛୋଟ ଛୁଆଙ୍କୁ ନେଇ ଟିକାକରଣ କେନ୍ଦ୍ର ବାହାରେ ଅପେକ୍ଷା କରିବା ଟିକାକରଣ କେନ୍ଦ୍ରର ଅବ୍ୟବସ୍ଥାକୁ ପଦାରେ ପକାଇଛି ।

{"id":509346,"sizeSlug":"full","linkDestination":"none"}

କରୋନା ଟିକା ନେବାକୁ ଆସି ଲୋକେ ସାମାଜିକ ଦୂରତା ସମ୍ପୂର୍ଣ୍ଣ ଭୁଲିଯିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଅନ୍ୟପଟେ ଟିକାକରଣ ବେଳେ ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଟାଣ ଖରାରେ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଟିକା ନେଇଛନ୍ତି  । ୫ ଶହ ଟିକାକୁ ୧୫ ଶହ ଲୋକ ଆସିଥିବାରୁ ଟିକା ନନେଇ ଲୋକେ ଘରକୁ ଫେରିଛନ୍ତି । ଆବଶ୍ୟକ ଟିକା ଅନୁସାରେ ସିରଞ୍ଜ ନଥିବାରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.