କରୋନାରୁ ସୁସ୍ଥ ହୋଇ ଫେରୁଥିବା ଲୋକଙ୍କ ପାଇଁ ବିପଦ ଲଙ୍ଗ୍ କୋଭିଡ, ଜାଣନ୍ତୁ କ’ଣ ଏହି ରୋଗ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮/୧୦: କୋଭିଡରୁ ସୁସ୍ଥ ହୋଇ ଫେରୁଥିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି ଲଙ୍ଗ କୋଭିଡ। ଏହାର କୌଣସି ମେଡିକାଲ ପରିଭାଷା ନାହିଁ। ନା ଅଛି ଏହାର ଲକ୍ଷଣ। ସବୁ ଲୋକଙ୍କ ଠାରେ ଏହାର ସମାନ ଲକ୍ଷଣ ଦେଖାଯାଏ । ତେବେ ଏ ରୋଗ କରୋନା ଭାଇରସରୁ ସୁସ୍ଥ ହୋଇ ଫେରୁଥିବା ଲୋକଙ୍କ ଠାରେ ଦେଖାଯାଏ।

କିଛି ଲୋକଙ୍କ ଠାରେ କରୋନାରୁ ଆରୋଗ୍ୟ ହେବା ପରେ ମଧ୍ୟ କିଛି ଲକ୍ଷଣ ରହିଯାଇଥାଏ ଯାହାକୁ ଲଙ୍ଗ କୋଭିଡ୍ କୁହାଯାଏ। ଲଙ୍ଗ କୋଭିଡ ସହ ଜଡ଼ିତ ଲୋକଙ୍କଠାରେ ଅଲଗା ଅଲଗା ଲକ୍ଷଣ ଦେଖା ଦେଇପାରେ। ମାତ୍ର ଏହାର ଏକ ସାଧାରଣ ଲକ୍ଷଣ ହେଉଛି ଥକ୍କା ଅନୁଭବ କରିବା।

{"id":346603,"sizeSlug":"large"}

ସାଧାରଣତଃ କରୋନାରୁ ଆରୋଗ୍ୟ ହୋଇ ଫେରୁଥିବା ଲୋକଙ୍କ ଠାରେ ଥକ୍କାପଣ ଦେଖାଦେବାର ଅଭିଯୋଗ ଆସିବା ଏକ ସାଧାରଣ କଥା । ଏହା ବାଦ୍ ନିଶ୍ବାସ-ପ୍ରଶ୍ବାସ ନେବାରେ ସମସ୍ୟା, ମୁଣ୍ଡବିନ୍ଧା, ସୁଗନ୍ଧ ଓ ସ୍ବାଦ ବାରି ନ ପାରିବା ମଧ୍ୟ ଲଙ୍ଗ କୋଭିଡ୍ ଲକ୍ଷଣ ଅନ୍ତର୍ଗତ। ତେବେ ଏହା ହୃଦୟ, ଫୁସଫୁସ ଓ କିଡନୀ ଉପରେ ପ୍ରଭାବ ପକାଏ। ଏହା ସହ ଅବସାଦ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆମେରିକୀୟ ମେଡିକାଲ ଆସୋସିଏସନର ଏକ ଜଣ୍ଣାଲରେ ରୋମ୍‌ରେ ସବୁଠୁ ବଡ଼ ହସପିଟାଲରୁ ସୁସ୍ଥ ହୋଇ ଫେରିଥିବା ୧୪୩ କୋଭିଡ ରୋଗୀଙ୍କ ଉପରେ ଏକ ଅଧ୍ୟୟନ ପ୍ରକାଶ ପାଇଥିଲା। ଅଧ୍ୟୟନ ଅନୁସାରେ ୮୭ ପ୍ରତିଶତ ଲୋକ ଦୁଇ ମାସ ପରେ ମଧ୍ୟ ଗୋଟିଏ ଲକ୍ଷଣ ରହିଥାଏ। ସମୁଦାୟ ଲୋକଙ୍କ ଭିତରୁ ଅଧା ଲୋକଙ୍କୁ ଥକ୍କାପଣ ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ତେବେ ଏହାକୁ ନେଇ ଏବେ ସୁଦ୍ଧା ପୂରାପୂରି ସ୍ପଷ୍ଟ ଉତ୍ତର କିଛି ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.