ମୃତ୍ୟୁସଂଖ୍ୟା ୨୦ ହଜାର ମଧ୍ୟରେ ରହିଲେ ଲଣ୍ଡନ କରୋନା ବିରୋଧରେ ଭଲ କାମ କରିଛି- ଜାତୀୟ ସ୍ୱାସ୍ଥ୍ୟ ଅଧିକାରୀ

Published By : Prameya-News7 Bureau | March 29, 2020 IST

ଲଣ୍ଡନ, ୨୯|୦୩: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ପ୍ରାୟ ୬ ଲକ୍ଷ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨୫ ହଜାରରୁ ଅଧିକ ପ୍ରାଣ ହରାଇ ସାରିଲେଣି । ଏହା ମଧ୍ୟରେ ୟୁନାଇଟେ଼୍ କିଙ୍ଗଡମର ଜାତୀୟ ସ୍ୱାସ୍ଥ୍ୟ ଅଧିକାରୀ ଷ୍ଟିଫେନ୍ ପୋଓ୍ୱିସ୍ ଏକ ବଡ ବୟାନ ଦେଇଛନ୍ତି । ଯଦି କେବଳ ୨୦ ହଜାରରୁ କମ ଲୋକ ପ୍ରାଣ ହରାନ୍ତି ତେବେ କରୋନା ବିରୋଧରେ ୟୁକେର ପଦକ୍ଷେପ ସଫଳ ହେବ ବୋଲି ସେ କହିଛନ୍ତି ।

{"id":245698,"width":750,"height":499,"sizeSlug":"large"}

ସେ କହିଛନ୍ତି ଯେ, ୟୁକେରେ ଇଟାଲୀ ଭଳି ପରିସ୍ଥିତି ନାହିଁ । ଯଦି ଦେଶରେ ମୃତ୍ୟୁସଂଖ୍ୟା ୨୦ ହଜାର ମଧ୍ୟରେ ରହେ ତେବେ ଏହା ଭଲ । କିନ୍ତୁ ଏଭଳି ଚିନ୍ତା କରି ହାତ ଟେକି ଦେବା ଅନୁଚିତ । ଦେଶରେ ଆଇସିୟୁ ଓ ଭେଣ୍ଟିଲେଟର ସୁବିଧାକୁ ୪୦୦୦କୁ ବୃଦ୍ଧି କରାଯିବା ପାଇଁ ପ୍ରୟାସ କରାଯାଉଛି ।

ସେ  ଆହୁରି କହିଛନ୍ତି, ଅଧିକ ଗୁରୁତର ଆକ୍ରାନ୍ତଙ୍କୁ ଥିଏଟରରେ ଚିକିତ୍ସା କରାଯାଉଛି । କିଛିଜଣଙ୍କୁ ଲଣ୍ଡନ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ସେ କହିଛନ୍ତି । ମୃତ୍ୟୁସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.