Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଲକଡାଉନ୍ ସମୟରେ ୟୁକେର ଶୂନଶାନ୍ ଆକାଶ ଏବେ ବ୍ୟସ୍ତ ବହୁଳ: ଉଡୁଛି ଶହ ଶହ ବିମାନ, ଦେଖନ୍ତୁ ସାଟେଲାଇଟ୍ ଇମେଜ୍

15/06/2020 at 8:37 PM

ଲଣ୍ଡନ, ୧୫|୦୬ :   କରୋନା ସଂକ୍ରମଣ ରୋକିବା ପାଇଁ ବିଶ୍ୱର ଅନେକ ଦେଶ ଲକଡାଉନ୍ ଲାଗୁ କରିଥିଲେ । ଅନେକ ଦେଶର ବିମାନ ସେବା, ରେଳ ଯାତ୍ରା, ପରିବହନ ସେବା ଆଦି ବନ୍ଦ ରହିଥିଲା । ଏବେ କିଛିକିଛି ଦେଶ ବିମାନ ସେବା ଆରମ୍ଭ କରିଛନ୍ତି । ତେବେ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୟୁକେରେ ମଧ୍ୟ ବିମାନ ସେବା ଆରମ୍ଭ ହୋଇଛି । ବିମାନ ସେବା ଆରମ୍ଭ ହେବା ଫଳରେ ୟୁକେ ଆକାଶର ଚିତ୍ର କିପରି ରହିଛି ତାହାର ସାଟେଲାଇଟ୍ ଇମେଜ୍ ସାମ୍ନାକୁ ଆସିଛି ।

ଏବେ ୟୁକେ ଆକାଶ ବ୍ୟସ୍ତବହୁଳ ହୋଇଯାଇଛି । ପ୍ରତିଦିନ ଶହଶହ ବିମାନ ଉଡାଣ ଭରୁଛନ୍ତି । ଏପ୍ରିଲ ମାସରେ ଓ ଜୁନ୍ ମାସରେ ୟୁକେ ଆକାଶର ଚିତ୍ର କିପରି ଥିଲା ତାହା ସାଟେଲାଇଟ୍ ଇମେଜରୁ ଜଣାପଡିଛି । ଲଣ୍ଡନ ସମେତ ବ୍ରୁସେଲ୍, ଡଲରଡ୍ରଫ୍ ବିମାନ ବନ୍ଦରରେ ବିମାନ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ବିମାନ କର୍ମଚାରୀମାନେ କରୋନା ପାଇଁ ଅନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଜର୍ମାନୀ, ଫ୍ରାନ୍ସ୍ ଆଦି ଦେଶ ସେମାନଙ୍କ ଆକାଶ ମାର୍ଗକୁ ଉନ୍ମୁକ୍ତ କରିଛନ୍ତି । ସ୍ପେନ୍, ବାଲେରିକ୍, ବେଲଜିୟମ, ସ୍ୱିଜରଲାଣ୍ଡ, ଇଟାଲୀ ଆଦି ଦେଶରେ ବିମାନ ଚଳାଚଳ କରୁଛି । ଏହି ସବୁ ଦେଶ କିନ୍ତୁ ଏସିଆ, ଆଫ୍ରିକା, ଆମେରିକାରୁ କୌଣସି ବିମାନକୁ ଅନୁମତି ଦେଇନାହାଁନ୍ତି ।

ଅଷ୍ଟ୍ରିଆ ମଧ୍ୟ ମଙ୍ଗଳବାରଠୁ ୩୧ ଦେଶ ପାଇଁ ଆକାଶ ମାର୍ଗ ଖୋଲିଛି । କିନ୍ତୁ ୟୁକେ ଓ ସ୍ୱିଡେନ୍ ପାଇଁ ଆକାଶ ମାର୍ଗ ଖୋଲାଯାଇ ନାହିଁ ।

   Related Posts