Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ନିଲାମ ହେବ ମହାରାଜା ଦିଲ୍ଲିପ ସିଂହଙ୍କ ମହଲ, ଜାଣନ୍ତୁ ପ୍ରାରମ୍ଭିକ ମୂଲ୍ୟ କେତେ ?

23/08/2020 at 8:50 PM

ଲଣ୍ଡନ : ନିକଟରେ ବ୍ରିଟିଶ ଅକ୍ସନ ହାଉସ୍ ମହାତ୍ମା ଗାନ୍ଧିଙ୍କ ଚଷମା ନିଲାମ କରିଛନ୍ତି। ଏବେ ଅନ୍ୟ ଏକ ଅକ୍ସନ ହାଉସ୍ ବାଉସାମ୍ପ ଇଷ୍ଟେଟ୍ ମହାରାଜା ଦିଲ୍ଲୀପ ସିଂହଙ୍କ ଲଣ୍ଡନସ୍ଥିତ ପାରିବାରିକ ମହଲ ନିଲାମ କରିବାକୁ ଯାଉଛନ୍ତି। ଏହି ମହଲଟି ୧୮୬୮ ମସିହାରେ ନିର୍ମିତ ହୋଇଥିବା ବେଳେ ଗତ ୨୦୧୦ ମସିହାରେ ଏହାର ନବିକରଣ କରାଯାଇଥିଲା। ୫ହଜାର ୬୧୩ବର୍ଗଫୁଟର ଏହି ଇଟାଲିୟ ଶୈଳୀର ଭିଲ୍ଲା ଲାଗି ନିଲାମକର୍ତ୍ତା ପ୍ରାରମ୍ଭିକ ମୂଲ୍ୟ୧.୫୫ କୋଟି ବ୍ରିଟିଶ ଷ୍ଟେର୍ଲିଂ ପାଉଣ୍ଡ ଧାର୍ଯ୍ୟ କରିଛନ୍ତି।

ଏହି ଭିଲ୍ଲାଟି ମହାରାଜା ଦିଲ୍ଲୀପ ସିଂହଙ୍କ ନିର୍ବାସୀତ ପୁତ୍ର ପ୍ରିନ୍ସ ଭିକ୍ତର ଆଲବର୍ଟ ଦିଲ୍ଲୀପ ସିଂହଙ୍କର। ସେ ଅର୍ଲ ଅଫ କୋଭେଣ୍ଟ୍ରିଙ୍କ କନ୍ୟା ଲେଡି ଏନୀଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହ ସେତେବେଳେ ସମାଜରେ ଗ୍ରହଣୀୟ ନ ହେବାରୁ ଭିକ୍ଟରଙ୍କୁ ତାଙ୍କ ଶ୍ୱଶୁରାଳୟ  ଦକ୍ଷିଣ-ପଶ୍ଚିମ କେନସିଙ୍ଗଟନପ ଲିଟିୱ ୱାଲ୍ଟନ ଅଞ୍ଚଳରେ ଏହି ବିଶାଳ ପ୍ରାସାଦକୁ ପଟ୍ଟାରେ ଦେଇଥିଲେ।

ତେବେ ଏହାର ବିକ୍ରି ଆୟୋଜନ କରୁଥିବା ବାଉସାମ୍ପ ଇଷ୍ଟେଟ୍‌ ଏହି ଆଲିସାନ ବଙ୍ଗଳାର ଉଚ୍ଚ ଛାତ ଓ ଭିତରେ ବିସ୍ତିର୍ଣ୍ଣ ଜାଗା ଥିବା ବେଳେ ପଛପଟେ ୫୨ ବର୍ଗଫୁଚର ଏକ ବଗିଚା ଥିବାର କହିଛନ୍ତି। ଏଥିରେ ୨ଟି ଔପଚାରିକ ସ୍ୱାଗତ କକ୍ଷ (ବୈଠକ ଖାନା) ଥିବା ବେଳେ ଏକ ଅନୌପାଚାରିକ ପରିବାର କକ୍ଷ, ଏକ ପାରିବାରିକ ରୋଷେଇ ଓ ଗୋଟିଏ ବ୍ରେକଫାଷ୍ଟ କକ୍ଷ ସାଙ୍ଗକୁ ୫ଟି ଶୟନ କକ୍ଷ, ଗୋଟିଏ ଜିମ୍ ଓ ୨ଟି କର୍ମଚାରୀ ଶୟନ କକ୍ଷ ରହିଛି।

ପଞ୍ଜାବ ମହାରାଜା ରଣଜିତ ସିଂହଙ୍କ କନିଷ୍ଠ ପୁତ୍ର ମହାରାଜା ଦିଲ୍ଲୀପ ସିଂହ ଇଂଲଣ୍ଡ ନିର୍ବାସୀତ ହେବା ପର୍ଯ୍ୟନ୍ତ ଓ ତାଙ୍କ ସାମ୍ରାଜ୍ୟ ବ୍ରିଟିଶ ସାମ୍ରାଜ୍ୟରେ ମିସିବା ପର୍ଯ୍ୟନ୍ତ ସେ ଭାରତୀୟ ଶିଖ ସାମ୍ରାଜ୍ୟର  ଅନ୍ତିମ ସମ୍ରାଟ ଥିଲେ।

   Related Posts