ନଭେମ୍ବରରୁ ବ୍ରିଟେନରେ ଆରମ୍ଭ ହେବ କରୋନା ଟିକାକରଣ ପ୍ରକ୍ରିୟା, ହସପିଟାଲକୁ ପ୍ରସ୍ତୁତ ରହିବାକୁ କହିଲେ ସରକାର

Published By : Prameya-News7 Bureau | October 27, 2020 IST

ଲଣ୍ଡନ ୨୭/୧୦: ସାରା ଦୁନିଆରେ ଏବେ ଚାଲିଛି କରୋନା ଟିକାର ଟ୍ରାଏଲ। ଏହି କ୍ରମରେ କିଛି ଟିକା ଟ୍ରାଏଲର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କୋଭିଡ ଭାକସିନ ଖୁବ ଶୀଘ୍ର ଆସିବାକୁ ଯାଉଛି। ଲଣ୍ଡନର ପ୍ରମୁଖ ହସପିଟାଲକୁ କରୋନା ଟିକାର ପ୍ରଥମ ଫେଜ ପାଇଁ ପ୍ରସ୍ତୁତ ରହିବାକୁ ଇତିମଧ୍ୟରେ କହିଛନ୍ତି। ଲଣ୍ଡନରେ ହସପିଟାଲକୁ ନଭେମ୍ବର ପ୍ରଥମ ସପ୍ତାହରେ କରୋନା ଟିକା ମିଳିଯିବ।

ଲଣ୍ଡନ ହସପିଟାଲ କର୍ମଚାରୀଙ୍କୁ କୁହାଯାଇଛି ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାଇରସ ଭାକସିନର ପ୍ରଥମ ବ୍ୟାଚ ସେମାନଙ୍କୁ ହସ୍ତାନ୍ତର କରାଯିବ। ନଭେମ୍ବର ଦୁଇ ତାରିଖରୁ କରୋନା ଟିକାକରଣ ପ୍ରସ୍ତୁତି ଆରମ୍ଭ ହେବ। ଅକ୍ସଫୋର୍ଡ କରୋନା ଟିକାର ନାଁ ଦିଆଯାଇଛି  AZD1222 ବା ChAdOx1 nCoV-19  । ଏହାକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଆଷ୍ଟ୍ରାଜେନେକା ସହ ମିଶି ପ୍ରସ୍ତୁତ କରିଛି।

ବ୍ରିଟେନ ନାସନାଲ ହେଲଥ ସିଷ୍ଟମ ଖ୍ରୀଷ୍ଟମାସ ସୁଦ୍ଧା ଦେଶର ୫ଟି ସ୍ଥାନରେ ଭାକସିନ ଲଗାଇବା ସୁବିଧା ଦେବାକୁ ଯାଉଛି। ଏହା ପାଇଁ ଏନଏଚଏସର ହଜାରେ କର୍ମଚାରୀଙ୍କୁ ଏହି ସବୁ ସ୍ଥାନରେ ନିଯୁକ୍ତ କରାଯିବ। ପ୍ରତିଦିନ ୧୦ ହଜାର ଲୋକଙ୍କୁ କରୋନା ଟିକା ଲଗାଇବା ବ୍ୟବସ୍ଥା କରାଯିବ।

ବ୍ରିଟେନ ସରକାର ୧୦ କୋଟି ଡୋଜ ଅର୍ଡର ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ଅକ୍ସଫୋର୍ଡ ଭାକିସନ ଦୁଇ ଥର ଦିଆଯିବ। ସର୍ବପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ସ୍ବାସ୍ଥ୍ୟ ସେବା ଜଡ଼ିତ ଅନ୍ୟ ଡାକ୍ତରଙ୍କୁ ଦେବା ଯୋଜନା କରୁଛି। ଏହା ବାଦ୍ କୋଭିଡରୁ ସବୁଠୁ ଅଧିକ ପ୍ରଭାବିତ ହେଉଥିବା ଲୋକଙ୍କୁ ଭାକସିନ ଦେବା ଯୋଜନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.