ପିଏନବି ଋଣ ଠକେଇ ମାମଲା: ବଢିଲା ନିରବ ମୋଦିଙ୍କ ହାଜତ ମିଆଦ

Published By : Prameya-News7 Bureau | July 26, 2019 IST

ଲଣ୍ଡନ ୨୬।୭:  ବଢିଲା ପଳାତକ ଘୋଷିତ ଋଣ ଖିଲାଫକାରୀ ନିରବ ମୋଦିଙ୍କ ହାଜତ ମିଆଦ । ଲଣ୍ଡନ  କୋର୍ଟ ଅଗଷ୍ଟ ୨୨ ତାରିଖ ଯାଏଁ ନିରବଙ୍କ ହାଜତ ମିଆଦ ବୃଦ୍ଧି କରିଛନ୍ତି। ଶୁକ୍ରବାର ନିରବ ମୋଦିଙ୍କ ଜାମିନ ଆବେଦନର କୋର୍ଟ ଶୁଣାଣି କରିଥିଲେ। ତେବେ ତାଙ୍କଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିବା ବେଳେ ଅଗଷ୍ଟ ୨୨ ତାରିଖ ଯାଏଁ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହୀରା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଲଣ୍ଡନ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏବେ ସେ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ବିଚାରାଧୀନ ବନ୍ଦୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.