Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଲଣ୍ଡନ ବ୍ରିଜ୍ ଆକ୍ରମଣକାରୀର ଥିଲା ପାକ୍ କନେକ୍ସନ, ୨୦୧୨ରେ କରିଥିଲା ବୋରିସ ଜନସନଙ୍କ ହତ୍ୟା ଯୋଜନା

1/12/2019 at 6:57 PM

ଲଣ୍ଡନ : ଗତ ଶୁକ୍ରବାର ଲଣ୍ଡନ ବ୍ରିଜରେ ହୋଇଥିବା ଛୁରିମାଡ ଘଟଣାର ତଦନ୍ତ ଯେତିକି ଆଗକୁ ବଢୁଛି ସେତିକି ନୂଆନୂଆ ରହସ୍ୟ ଖୋଲିବାରେ ଲାଗିଛି। ଏହି ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆତ ହୋଇଛନ୍ତି। ଆକ୍ରମଣକାରୀ ଏକ ନକଲି ବିସ୍ଫୋରକ ଜ୍ୟାକେଟ୍ ପିନ୍ଧିଥିଲା ଓ ସମସ୍ତଙ୍କୁ ବିସ୍ଫୋରଣର ଧମକ ଦେଉଥିଲା। ଏଣୁ ତାକୁ ଜୀବନ୍ତ ଧରିବାକୁ ଯାଇଥିବା ପୋଲିସ ଗୁଳି କରିଥିଲା। ଫଳରେ ଘଟଣା ସ୍ଥଳରେ ଆକ୍ରମଣକାରୀ ପ୍ରାଣହରାଇଥିଲା।

ପୋଲିସ ଏବେ ଆକ୍ରମଣକାରୀଙ୍କ ପରିଚୟ ଜାଣିବାକୁ ପାଇଛି। ତା ନାମ ଉଶ୍ମାନ ଖାନ ଓ ବୟସ ୨୮ ବର୍ଷ ବୋଲି ଜଣାପଡିଛି। ତାର ସମ୍ପର୍କ ପାକିସ୍ତାନ ସହ ଥିବା ପୋଲିସ କହିଛି। ଉଶ୍ମାନ  ଆତଙ୍କବାଦ ସଙ୍ଗଠନ ଅଲ-କାଏଦା ଓ ଇସ୍ଲାମିକ ଷ୍ଟେଟ ଦ୍ୱାରା ପ୍ରଭାବିତ ଥିଲା। ଏଣୁ ପ୍ରାୟତଃ ଆତଙ୍କବାଦ ଗତିବିଧି ସହ ସମ୍ପୃକ୍ତ ରହିଥିଲା। ପୂର୍ବରୁ ଏଥିଲାଗି ସେ ଗିରଫ ହୋଇଥିବା ବେଳେ ଜେଲରେ ବି ଥିଲା।

ଗତ ୨୦୧୨ ମସିହାରେ କୋର୍ଟ ତାକୁ ବିପଦଜନକ ଜିହାଦୀ ବୋଲି କହିଥିଲେ। ତାକୁ ସେ ପର୍ଯ୍ୟନ୍ତ ଜେଲରୁ ମୁକ୍ତ କରାଯିବା ଉଚିତ ନୁହେଁ ଯେ ପର୍ଯ୍ୟନ୍ତ ସେ ନ ସୁଧୁରିଛି ବୋଲି କହିଥିଲେ। ତେବେ ସେ ଜେଲରୁ ପାରୋଲରେ ମୁକୁଳିଥିବା ବେଳେ ଲଣ୍ଡନବ୍ରିଜରେ ଶୁକ୍ରବାର ୨ ଜଣଙ୍କୁ ହତ୍ୟା କରିଦେଇଛି। ୨୦୧୨ ମସିହାରେ କୋର୍ଟ ଉଶ୍ମାନକୁ ୮ ବର୍ଷ ଜେଲଦଣ୍ଡାଦେଶ କରିଥିଲେ। ସେତେବେଳେ ପୋଲିସ ତାଙ୍କୁ ତତ୍କାଳୀନ ଲଣ୍ଡନ ମେୟର ତଥା ଏବେକାର ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଗିରଫ କରିଥିଲା। ତେବେ ୨୦୧୩ ମସିହାରେ କୋର୍ଟ ଅଫ ଅପିଲ ତାର ସଜାକୁ ଦ୍ୱିଗୁଣିତ କରିଦେଇଥିଲେ।

   Related Posts