ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ଜାରି କଲା ୩ୟ ପ୍ରାର୍ଥୀ ତାଲିକା
16/03/2019 at 9:43 AM

ନୂଆଦିଲ୍ଲୀ ୧୬|୩ : ଚଳିତ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି ଏଆଇସିସି । ୧୮ଟି ଆସନ ପାଇଁ ଜାରି ହୋଇଛି ତାଲିକା । ଏହି ତାଲିକାରେ ଆସାମର ୫ଟି, ତେଲେଙ୍ଗାନାର ୮ଟି, ମେଘାଳୟର ଦୁଇଟି ଓ ସିକ୍କିମ ଏବଂ ନାଗାଲାଣ୍ଡର ଗୋଟିଏ ଲେଖାଏଁ ଆସନ ରହିଛି ।
ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ମୁକୁଲ ସାଙ୍ଗମାଙ୍କୁ ଟୁରା ଆସନରୁ ପ୍ରାର୍ଥୀ କରାଯାଇଛି । ସେହିପରି ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କୁ ଆସାମର ସିଲଚର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ ତଥା ବର୍ତ୍ତମାନର ସାଂସଦ ଗୌରବ ଗୋଗୋଇଙ୍କୁ କାଲିବୋର ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ ।
Related Posts
୬ପଡୋଶୀ ଦେଶଙ୍କ କରୋନା ଟିକା ଆବଶ୍ୟକତା ପୂରଣ କରିବ ଭାରତ, ପାକିସ୍ତାନ ଜଳକା
19 January 2021