ଅବାଧ ନିର୍ବାଚନ ହେବ କେମିତ ? ତିନି ସପ୍ତାହ ଭିତରେ ଦେଶରେ ଜବତ ହେଲାଣି ୬୧୩ କୋଟି ଟଙ୍କା, ସବୁଠୁ ଅଧିକ ଆନ୍ଧ୍ରରେ

Published By : Prameya-News7 Bureau | March 28, 2019 IST

ନୂଆଦିଲ୍ଲୀ ୨୮|୩: ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଜାରି କରିଛନ୍ତି ନିର୍ବାଚନ ଆଚରଣ ବିଧି। ଅସାଧୁ ଉପାୟରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଉଦ୍ୟମକୁ ରୋକିବା ଲାଗି ନିର୍ବାଚନ କମିଶନ ବହୁ ସଂଖ୍ୟାରେ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ନିରୀକ୍ଷକ,ମୋବାଇଲ ପାଟ୍ରୋଲିଂ ଟିମ୍ ଦେଶସାରା ନିୟୋଜିତ କରିଛନ୍ତି। 

{"id":97826}

ତେବେ ଆଚରଣ ବିଧି ଲାଗୁ ହେବାର ତିନି ସପ୍ତାହ ଭିତରେ  ଦେଶବ୍ୟାପୀ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ନିର୍ବାଚନ କମିଶନ ନଗଦ ଟଙ୍କା, ମଦ ଓ ଅନ୍ୟାନ୍ୟ  ସାମଗ୍ରୀକୁ ମିଶାଇ ମୋଟ ୬୧୩ କୋଟି ଟଙ୍କା ଜବତ କରିଥିବା ରିପୋର୍ଟ ପ୍ରକାଶ କରିଛି।

{"id":97827}

ଏବେ ସୁଦ୍ଧା ଜବତ ହେଲାଣି ୬୧୩ କୋଟି ଟଙ୍କା।  ୧୯  ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାର ତିନି ସପ୍ତାହ ଭିତରେ ଦେଶରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ନଗଦ ଟଙ୍କା, ବିଭିନ୍ନ ନିର୍ବାଚନୀ ଭେଟି, ମଦ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇଲେ ଏହାର ମୂଲ୍ୟ ହେବ ମୋଟ ୬୧୩.୧୭୬ କୋଟି ଟଙ୍କା ଜବତ କରିଛି ।

{"id":97829}

ନିର୍ବାଚନ କମିଶନ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୭ ଯାଏ ସାରା ଦେଶରେ ୧୦୪.୪୯ କୋଟି ଟଙ୍କାର ମଦ ଜବତ ହୋଇଛି। ଏଥିସହିତ ନିର୍ବାଚନ ଅଧିକାରୀ ୧୪୫.୩୮୪ କୋଟି ଟଙ୍କାର  ଡ୍ରଗ୍ସ ଓ ନିଶା ଔଷଧ ଜବତ କରିଛନ୍ତି। ୧୭୦ .୭୦୮ ଟଙ୍କାର ମୂଲ୍ୟବାନ ପଥରକୁ ମଧ୍ୟ ନିର୍ବାଚନ ଅଧିକାରୀ ଜବତ କରିଛନ୍ତି।

{"id":97831}

ଆନ୍ଧ୍ରପ୍ରଦେଶରେ ସବୁଠୁ ଅଧିକ ୬୨.୨୯ କୋଟି ନଗଦ ଟଙ୍କା ଜବତ ହୋଇଥିବା ନିର୍ବାଚନ କମିଶନଙ୍କ ରିପୋର୍ଟରେ କୁହାଯାଇଛି । ଆନ୍ଧ୍ରପଛକୁ ତାମିଲନାଡୁରେ ସର୍ବାଧିକ ୪୯.୪୮ କୋଟି ଟଙ୍କା ଜବତ କରାଯାଇଛି । ଉତ୍ତରପ୍ରଦେଶରେ ସର୍ବାଧିକ ୨୪.୫୦ କୋଟି ଟଙ୍କାର ମଦ ଜବତ ହୋଇଛି । ତା ପଛକୁ କର୍ଣ୍ଣାଟକରେ ୨୦.୪୫ କୋଟି ଏବଂ ଆନ୍ଧ୍ରପ୍ରଦେଶେ ୧୭.୧୩ କୋଟି ଟଙ୍କାର ମଦ ଜବତ କରାଯାଇଛି।

{"id":97833}

ସେହିପରି ଡ୍ରଗସ ଓ ନିଶା ଔଷଧରେ ପଞ୍ଜାବରେ ସର୍ବାଧିକ ୯୨.୪୫ କୋଟି ଟଙ୍କା ସାମଗ୍ରୀ ଜବତ କରାଯାଇଥିବା ବେଳେ ମଣିପୁରରେ ୨୩.୫୮ କୋଟି ଟଙ୍କା, ଉତ୍ତରପ୍ରଦେଶରେ ୧୭.୦୪ କୋଟି ଟଙ୍କା ଜବତ କରାଯାଇଛି। ଜବତରେ ଓଡ଼ିଶା ବି କିଛି ପଛରେ ନାହିଁ। ବ୍ୟାପକ ଚଢ଼ାଉ ଜାରି ରହିଛି।

{"id":97837}



କେତେବେଳେ ବିପୁଳ କୋରେକ୍ସ, ବିପୁଳ ଦେଶୀ ମଦ ଓ କ୍ୟାସ ଜବତ ହୋଇଛି । ରାୟଗଡା ଚାନ୍ଦିଲି ଥାନା କତାପେଟା ଗାଁ ନିକଟରୁ ଏକ ଇଣ୍ଡିଗୋ କାରରୁ ଜବତ ହୋଇଛି ୧୦ ଲକ୍ଷ ଟଙ୍କା।  ଗାଡି ଡ୍ରାଇଭର ଓ ଜଣେ ବ୍ୟକ୍ତିଙ୍କୁ ରାୟଗଡା ଥାନାରେ ଅଟକ ରଖି ପଚରାଉଚରା ଚାଲିଛି। ସେହିପରି ରାଉରକେଲାର ବେଆଇନ ଟଙ୍କା ଜବତ କରିଛନ୍ତି ସହକାରୀ ରିଟର୍ଣ୍ଣିଂ ଅଫିସର।

,

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.