୪ଟି ସଂସ୍ଥାର ଏକ୍ଜିଟ୍ ପୋଲ : ଏନଡିଏକୁ ସ୍ପଷ୍ଟ ବହୁମତ, ୟୁପିଏକୁ ଗତଥରଠୁ ୨ ଗୁଣା ଅଧିକ

Published By : Prameya-News7 Bureau | May 19, 2019 IST

ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ପରେ ଲୋକସଭାର ୫୪୨ ଆସନ ପାଇଁ ଏକ୍ଜିଟ୍ ପୋଲ ଆସିବା ଆରମ୍ଭ ହୋଇଛି । ୪ଟି ସଂସ୍ଥାର ଏକ୍ଜିଟ୍ ପୋଲ ଅନୁସାରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳବାକୁ ଯାଉଛି । ସି ଭୋଟର ରିପବ୍ଲିକ ଅନୁସାରେ, ବିଜେପି ପ୍ଲସକୁ ୨୮୭, କଂଗ୍ରେସ ପ୍ଲସକୁ ୧୨୮, ସପା ଓ ବସପାକୁ ୪୦ ଓ ଅନ୍ୟାନ୍ୟକୁ ୮୭ଟି ଆସନ ମିଳିବା ସମ୍ଭାବନା ରହିଛି ।

ତେବେ ଜନ୍ କି ବାତ୍ ରିପବ୍ଲିକ ଅନୁସାରେ, ବିଜେପି ପ୍ଲସକୁ ୩୦୫, କଂଗ୍ରେସ ପ୍ଲସକୁ ୧୨୪, ସପା ଓ ବସପାକୁ ୨୬ ଓ ଅନ୍ୟାନ୍ୟକୁ ୮୭ଟି ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି ବିଏମଆର ଟାଇମ୍ସ ନାଓ ଅନୁସାରେ, ବିଜେପି ପ୍ଲସକୁ ୩୦୬, କଂଗ୍ରେସ ପ୍ଲସକୁ ୧୩୨, ସପା ଓ ବସପାକୁ ୨୦ ଓ ଅନ୍ୟାନ୍ୟକୁ ୮୪ଟି ଆସନ ମିଳିବା ସମ୍ଭାବନା ରହିଛି ।

ନ୍ୟୁଜ୍ ନେସନ୍ ଅନୁସାରେ, ବିଜେପି ପ୍ଲସକୁ ୨୮୬, କଂଗ୍ରେସ ପ୍ଲସକୁ ୧୨୨, ସପା ଓ ବସପାକୁ ୦ ଓ ଅନ୍ୟାନ୍ୟକୁ ୧୩୪ଟି ଆସନ ମିଳିବା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.