Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଲୋକେଶ ରାହୁଲ, ଏହି ମାମଲାରେ ପକାଇଲେ ପଛରେ

21/04/2021 at 8:53 PM

ଚେନ୍ନାଇ ୨୧।୦୪: ପଞ୍ଜାବ କିଙ୍ଗ୍ସର ଅଧିନାୟକ କେଏଲ ରାହୁଲ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ର ନିଜର ଚତୁର୍ଥ ମ୍ୟାଚ୍‌ରେ ବ୍ୟାଟ୍‌ରେ କିଛି ଖାସ୍ ପ୍ରଦର୍ଶନ କରି ପାରିନାହାନ୍ତି। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାର ସେ ମାତ୍ର ୪ ରନ କରି ପାଭିଲିୟନ ଫେରିଥିଲେ। କିନ୍ତୁ ଏହି ମୁକାବିଲାରେ ସେ ନିଜ ନାମରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି।

ରାହୁଲ ଏକ ରନ କରିବା ମାତ୍ରେ ଟି-୨୦ କ୍ରିକେଟ୍‌ରେ ୫୦୦୦ ରନ ପୂରଣ କରିଛନ୍ତି। ୧୫୬ଟି ମ୍ୟାଚ୍‌ରେ ତାଙ୍କ ନାମରେ ବର୍ତ୍ତମାନ ୫୦୦୩ ରନ ରହିଛି। ସେ ପ୍ରାୟ ୪୨ ହାରରେ ରନ ସଂଗ୍ରହ କରିଛନ୍ତି। ଏଥିରେ ୪୧ ଅର୍ଦ୍ଧଶତକ ସାମିଲ। ୧୨ତମ ଭାରତୀୟ ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ରାହୁଲ ବିରାଟ କୋହଲିଙ୍କ କ୍ଲବ୍‌ରେ ସାମିଲ୍ ହୋଇଛନ୍ତି।

ରାହୁଲ ଭାରତୀୟ ଖେଳାଳି ଭାବେ ଦ୍ରୁତ ଗତିରେ ୫୦୦୦ ରନ କରିବାରେ ରେକର୍ଡ କରିଛନ୍ତି। କ୍ରିସ୍ ଗେଲ୍‌ଙ୍କ ପରେ ଦ୍ରୁତ ୫୦୦୦ ରନ ପୂରଣ କରିବା ତାଲିକାରେ ସେ ଦ୍ଵିତୀୟ ସ୍ଥାନରେ ଅଛନ୍ତି।  ଗେଲ୍‌ କେବଳ ୧୩୨ଟି ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ ରାହୁଲ ୧୪୩ତମ ଇନିଂସରେ ୫୦୦୦ ରନ ପୂରଣ କରିଛନ୍ତି। ରାହୁଲ ଅଷ୍ଟ୍ରେଲିଆର ସନ ମାର୍ଶ(୧୪୪)ଙ୍କୁ ପଛରେ ପକାଇଛନ୍ତି। ବିରାଟ କୋହଲି ୧୬୭ ଇନିଂସରେ ହିଁ ଏହି ଲକ୍ଷ୍ୟରେ ପହଞ୍ଚି ପାରିଥିଲେ।

ରାହୁଲ ଆଇପିଏଲ୍‌ରେ ୪୪.୫୭ ହାରରେ ୨୮୦୮ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ। ସେ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳିଛନ୍ତି। ଭାରତୀୟ ଦଳର ପ୍ରତିନିଧିତ୍ଵ କରି ୪୯ଟି ମ୍ୟାଚ୍‌ରେ ୩୯.୨୯ ହାରରେ ୧୫୫୭ ରନ କରିଛନ୍ତି।  ବାକି ୬୩୮ ରନ ସେ ଘରୋଇ ଟୁର୍ଣ୍ଣାମେଣ୍ଟରେ କର୍ଣ୍ଣାଟକ ପକ୍ଷରୁ ଖେଳି ସଂଗ୍ରହ କରିଛନ୍ତି।

   Related Posts