ଲୋକାୟୁକ୍ତ ଚୟନ କମିଟି ବୈଠକ ସମାପ୍ତ : ନାଁ ହେଲା ଚୂଡାନ୍ତ

Published By : Prameya-News7 Bureau | February 12, 2019 IST

ଭୁବନେଶ୍ୱର ୧୨/୨ : ଲୋକାୟୁକ୍ତ ଚୟନ କମିଟିର ସର୍ବସମ୍ମତି କ୍ରମେ ଚୟନ ଅନୁଷ୍ଠିତ ହୋଇଛି | ବୈଠକ ସାରିବା ପରେ ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି | କମିଟିର ପରବର୍ତ୍ତୀ ବୈଠକରେ ଲୋକାୟୁକ୍ତର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ | ଆଜି ଚୂଡାନ୍ତ ହୋଇଥିବା ନାଁ କୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ | ଏହାପରେ ବିଜ୍ଞତ୍ତି ପ୍ରକାଶ ପାଇବ | ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ଶାସନ ସଚିବ, ହାଇକୋର୍ଟର ମୁଖ୍ୟ ବିଚାରପତି, ବାଚଷ୍ପତ୍ତି ପ୍ରମୁଖ ଉପସ୍ଥିତ ଥିଲେ | ସୁପ୍ରିମକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ ଯେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରିବେ | ସେହି ଅନୁସାରେ ଆଜି ଚୟନ ପ୍ରକ୍ରିୟା ଶେଷ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.