ସୁନା ବାସନରେ ଖାଉଥିଲେ ଏହି ଧନକୁବେର ସରକାରୀ ଅଫିସର : ଜବତ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | July 04, 2019 IST

ଜବଲପୁର ୪/୭ : ମଧ୍ୟପ୍ରଦେଶରେ ଜଣେ ପରେ ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସରଙ୍କ ସମ୍ପତ୍ତିର ଖୁଲାସା ହେଉଛି । ଜବଲପୁର ପିଏଚଇ ଅବସରପ୍ରାପ୍ତ ଏସଡିଓ ଅଫିସର ସୁରେଶ ଉପାଧ୍ୟାୟଙ୍କ ବାସଭବନରେ ଈଓଡବ୍ଲୁ ଚଢ଼ାଉ କରି ୪୦ କୋଟି ଟଙ୍କାର ସମ୍ପତ୍ତିର ଖୁଲାସା କରିଛନ୍ତି । ଏହାପରେ ଲୋକାୟୁକ୍ତ ଟିମ ଜିଲ୍ଲାର ପିଏଚଇ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ସୁନିଲ ବ୍ୟାସଙ୍କ ବାସଭବନରେ ଚଢଉ କରି କୋଟି କୋଟି ଟଙ୍କା ସମ୍ପତ୍ତିର ଖୁଲାସା କରିଥିଲେ । ଲୋକାୟୁକ୍ତ ଟିମ ସୁନିଲ ବ୍ୟାସଙ୍କ ଭୋପାଲ ଏବଂ ସିଧି ସ୍ଥିତ ବାସଭବନରେ ଚଢଉ କରିଥିଲେ । ଚଢଉବେଳେ ଲୋକାୟୁକ୍ତ ଟିମ ଯାହା ଦେଖିଲେ ସେଥିରେ ଆଶ୍ଚର୍ଯ୍ୟ ହୋଇଗଲେ ।

{"id":130349}

ସୁନିଲ ବ୍ୟାସଙ୍କ ବାସଭବନରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୂପାର ବାସନ ଜବତ କରିଥିଲେ । ସୁନିଲ ବ୍ୟାସ ଏହି ବାସନରେ ଖାଉଥିଲେ । ଏହା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ୫ ଲକ୍ଷ ଅଲଗା ଅଲଗା କମ୍ପାନୀର ସେୟାର ମିଳିଥିଲା ।

{"id":130350}

ଇଂଜିନିୟିରଂଙ୍କ ଠାରୁ ଭୋପାଲର ଗୁଲମୋହର କଲୋନୀ ଏବଂ ଅରେରା କଲୋନୀରେ ଥିବା ଦୁଇଟି ଘର, ହେସଙ୍ଗାବାଦ ଜିଲ୍ଲାରେ ୧୩ ଏକର ଜମି, ନଗଦ ଟଙ୍କା ଆଵାନାଂ ସୁନା ରୂପାରେ ତିଆରି ବିଭିନ୍ନ ଆଭୂଷଣ ଜବତ କରାଯାଇଥିଲା । ଆହୁରି ବେନାମୀ ସମ୍ପତ୍ତିର ଖୁଲାସା ହେବ ବୋଲି ଆଶଙ୍କା କରଯାଉଛି । ସୁନା ଟଙ୍କା, ଦୁଇଟି ରୂପା ହାତୀ, ୬ଟି ରୂପା ମୂର୍ତ୍ତି, ୧୦୦ରୁ ଅଧିକ ସୁନା ଟଙ୍କା, ସୁନା ଗ୍ଲାସ, ରୂପାର ଦିନର ସେଟ, ରୂପାର ଚା ସେଟ ଏବଂ ଛନ୍ଦିର ୨୪ରୁ ଅଧିକ ବାସନା ଜବତ ହୋଇଛି ।

{"id":130351}

ଭୋପାଲ କୃଷ୍ଣ ବିହାର ସ୍ଥିତ ଗ୍ରୀନ ହାଉସ ବଙ୍ଗଳାରୁ ସୁନା ଏବଂ ରୂପା ଅଳଙ୍କାର, ଦୁଇଟି ଗାଡି, ନଗଦ ଟଙ୍କା, ବ୍ୟାଙ୍କ ଏଫଡ଼ି ଏବଂ ଅନେକ ସମ୍ପତ୍ତି ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.