Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସୋମବାର ବିଧାନସଭାର ଦିନିକିଆ ଅଧିବେଶନ, ଲୋକସେବା ଭବନରେ ପ୍ରଥମ ଓ ଅନେକ ଦୃଷ୍ଟିରୁ ଏକ ବିରଳ ଉଦାହରଣ

29/03/2020 at 2:51 PM

ଭୁବନେଶ୍ୱର ୨୯।୦୩: ସୋମବାର ବସିବ ବିଧାନସଭା । ଲକ୍‌ଡାଉନ୍ ସତ୍ତ୍ୱେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ଲାଗି ମାତ୍ର ଦିନକ ଲାଗି ବିଧାନସଭାର ଏହି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏହି ଅଧିବେଶନରେ  ବ୍ୟୟ ମଞ୍ଜୁରୀ ବିଲ୍  ପାରିତ ହେବ । ତେବେ ବିଧାନସଭାର ଏହି ଅଧିବେଶନ ଭେନ୍ୟୁ , କାର୍ଯ୍ୟକ୍ରମ ଏବଂ ସଦସ୍ୟ ସଂଖ୍ୟା ଆଦି  ଅନେକ ଦୃଷ୍ଟିରୁ କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ଅନନ୍ୟ ମଧ୍ୟ । ପ୍ରଥମଥର ପାଇଁ ବିଧାନସଭା ବଦଳରେ ଲୋକସେବା ଭବନରେ ଅନୁଷ୍ଠିତ ହେବ ରାଜ୍ୟ ବିଧାନସଭାର ଅଧିବେଶନ ।  ସାରାଦେଶରେ ସୃଷ୍ଟି ହୋଇଥିବା ଏକ ଅଭାବନୀୟ ପରିସ୍ଥିତିରେ ବିଧାନସଭାର ଏହି ଦିନିକିଆ ଅଧିବେଶନ ଅନୁଷ୍ଠିତ ହେଉଥିବା ବେଳେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ନିର୍ଦ୍ଦିଷ୍ଟ  ସଂଖ୍ୟକ ସଦସ୍ୟ  ଏହି ଅଧିବେଶନରେ ଯୋଗଦେବେ । ଏଥିପାଇଁ କେବଳ ସୁରକ୍ଷା ନୁହେଁ ସ୍ୱାସ୍ଥ୍ୟଗତ କାରଣକୁ ଦୃଷ୍ଟିରେ ରଖି ପରିଷ୍କାର ପରିଚ୍ଛନତା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି । ଆସନ୍ତାକାଲିର ଅଧିବେଶନରେ ସମସ୍ତ ଦଳର ୩୦ ପ୍ରତିଶତ ଲେଖାଏଁ ବିଧାୟକ ସାମିଲ ହେବାକୁ କହିଛନ୍ତି ବାଚଷ୍ପତି । ଏହି ଅଧିବେଶନ ପାଇଁ ଲୋକସେବା ଭବନର କନଫରେନ୍ସ ହଲକୁ ସାନିଟାଇଜ୍ କରାଯାଇଛି । ବିଏମ୍‌ସି ପକ୍ଷରୁ ଏହି ସାନିଟାଇଜେସନ କାର୍ଯ୍ୟ କରାଯାଇଛି । 

ଆସନ୍ତାକାଲି ସକାଳ ୧୦ଟା ୩୦ମିନିଟରେ ଆରମ୍ଭ ହେବ ବିଧାନସଭା। ପ୍ରଥମେ ପ୍ରଶ୍ନ କାଳ ବାତିଲ ପାଇଁ ଆସିବ ପ୍ରସ୍ତାବ। ପ୍ରସ୍ତାବ ପାରିତ ହେବା ପରେ ଗିଲୋଟିନରେ ବାକି ଥିବା ବିଭାଗର ବଜେଟ ପାରିତ ହେବ । ତା ପରେ  ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରାଯାଇ ପାରିତ ହେବ। ଆସନ୍ତାକାଲିର ଏହି ବିରଳ ଅଧିବେଶନ ଲାଗି ଗୋଟିଏ ଘଣ୍ଟାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।  ବିଧାନସଭା ଫୋରମ୍‌ ପାଇଁ ଯେତିକି ଆବଶ୍ୟକ ସେତିକି ବିଧାୟକ ଆସିବା ପାଇଁ ନିର୍ଦେଶ ଦେଇଛନ୍ତି ବାଚସ୍ପତି। । ସେହିପରି ସଂକ୍ରମଣ ଆଶଙ୍କା ରୋକିବାକୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଥିଲେ ।  ଏହା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

   Related Posts