Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

୭ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବେ ବାଚସ୍ପତି, ଗୃହରେ ଚୌକି ପାଖକୁ ଆସି ଛଡାଇଥିଲେ କାଗଜ

11/03/2020 at 4:50 PM

ନୂଆଦିଲ୍ଲୀ ୧୧।୦୩- ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସର ସାତ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ  ଯାଉଛନ୍ତି, ଯେଉଁମାନେ ଗୃହରେ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ଚୌକି ନିକଟକୁ ଆସି ନାରାବାଜି କରିବା ସହିତ କାଗଜ ଛଡାଇ ନେଇଥିଲେ। ଏହି ଘଟଣାରେ ବାଚସ୍ପତି କଂଗ୍ରେସର ସାତ ସାଂସଦଙ୍କୁ ଗୃହରେ ଚାଲିଥିବା ବଜେଟ୍ ଅଧିବେଶନର ବାକି କାର୍ଯ୍ୟ ଦିବସରୁ ନିଲମ୍ବିତ କରିଥିଲେ।

ବାଚସ୍ପତି କଂଗ୍ରେସର ସାତ ସାଂସଦ ଗୌରବ ଗର୍ଗ, ଟିଏନ ପ୍ରଥପନ, ମନିକମ  ଟାଗୋର, ଗୁରଜିତ ସିଂହ ଔଜଲ, ବେନି ବେହନାନ, ରାଜମୋହନ ଉନ୍ନିଥନ, ଏବଂ ଡିନ କୁରିକୋଜଙ୍କୁ ବାଚସ୍ପତିଙ୍କ ଚୌକି ପାଖକୁ ଆସି କାଗଜ  ଛଡାଇବା ଆରୋପରେ ଗୃହରୁ ନିଲମ୍ବିତ କରିଥିଲେ।

ଏହି ଘଟଣାରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ, ବାଚସ୍ପତିଙ୍କ ଟେବୁଲ ପାଖକୁ ଆସି କାଗଜ ଛଡାଇବା ଅତ୍ୟନ୍ତ ଅପମାନଜନକ କଥା। ଆମେ ଏହାକୁ ନିନ୍ଦା କରୁଛୁ। ଆମେ ବାଚସ୍ପତିଙ୍କୁ ଅନୁରୋଧ କରିଛୁ ଯେ, କଂଗ୍ରେସ ସଦସ୍ୟଙ୍କ ଦ୍ଵାରା ବାରମ୍ବାର ଅନୁଶାସନହୀନତାକୁ ଦୃଷ୍ଟିରେ ରଖି ଏକ ଯାଞ୍ଚ ସମିତି ଗଠନ କରାଯାଉ।

 ବୁଧବାର, ଗୃହରେ କଂଗ୍ରେସର ଦଳୀୟ ନେତା ଅଧିର ରଞ୍ଜନ ଚୌଧୁରୀ ଏବଂ ଅନ୍ୟ କଂଗ୍ରେସ ନେତା ସାତ ସାଂସଦଙ୍କ ଉପରେ ଲଗାଯାଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ୟୁପିଏ ସାଂସଦ ଗୃହର ମଧ୍ୟ ଭାଗକୁ ଆସି ସାଂସଦଙ୍କ ନିଲମ୍ବନ ଆଦେଶକୁ  ବିରୋଧ କରିଥିଲେ। ତୃଣମୂଳ କଂଗ୍ରେସ ସାଂସଦ ସୌଗାତ ରାୟ ସାଂସଦଙ୍କ ନିଲମ୍ବନ ମାମଲାର ସମାଧାନ କରିବାକୁ ଦାବି କରିଥିଲେ।

ଅଧିର ରଞ୍ଜନ ଚୌଧୁରୀ ସାଂସଦଙ୍କ ନିଲମ୍ବନର ନିନ୍ଦା କରି କହିଛନ୍ତି ଯେ, କଣ ଏହା ଏକଛତ୍ରବାଦ ନୁହଁ ? ଏମିତି ଲାଗୁଛି ଯେ, ସରକାର ଦିଲ୍ଲୀ ହିଂସା ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଚାହୁଁନାହିଁ। ଏହି କାରଣରୁ କଂଗ୍ରେସର ସାତ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଆମେ ଏହାର କଡା ନିନ୍ଦା କରୁଛୁ।  

ବୁଧବାର ଲୋକସଭାରେ ଏହି ପ୍ରସଙ୍ଗ ନେଇ ହଟ୍ଟଗୋଳ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି। ବୈଠକରେ ଗୃହ କାର୍ଯ୍ୟ ଯେମିତି ଶାନ୍ତି ଶୃଙ୍ଖଳାରେ ଚାଲିବ ସେ ନେଇ ଆଲୋଚନା ହୋଇଛି।

   Related Posts