Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କରୋନା କାଳରେ ଲୋକସଭାର ନୂଆ କୀର୍ତିମାନ, ନିର୍ଧାରିତ ସମୟ ଠାରୁ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ଚାଲିଲା ଅଧିବେଶନ

22/09/2020 at 10:49 AM

ନୂଆଦିଲ୍ଲୀ ୨୨/୦୯: ସଂସଦର ଉଭୟ ଗୃହ ଗତ ରବିବାର ଦିନ ନୂଆ ରେକର୍ଡ ସୃଷ୍ଟି କରିଛି। କୃଷି ବିଲକୁ ନେଇ ରାଜ୍ୟସଭାରେ ଅଦ୍ଭୂତପୂର୍ବ ହଙ୍ଗାମା ହୋଇଥିବା ବେଳେ ଲୋକସଭା ଅଧିବେଶନ ନିର୍ଧାରିତ ସମୟଠାରୁ ପ୍ରାୟ ୬ ଘଂଟା ଅଧିକ ଚାଲିଥିଲା। କରୋନା ମହାମାରୀରେ ଦୀର୍ଘ ସମୟର ଆଲୋଚନା ପରେ ଲୋକସଭାରେ ଚାରିଟି ଗୁରୁତ୍ବପୂଣ୍ର୍ଣ ବିଲକୁ ମଞ୍ଜୁରି ମିଳିଲା।

ରାଜ୍ୟସଭାରେ ହଙ୍ଗାମା ଯୋଗୁ ପ୍ରଥମଥର ପାଇଁ ଲୋକସଭା ଅଧିବେଶନ ବାଧାପ୍ରାପ୍ତ ହୋଇଥିଲା। ଅଧିବେଶନ ରବିବାର ଦ୍ବିପହର ତିନିଟା ବଦଳରେ ଚାରିଟାରେ ଆରମ୍ଭ ହେଲା ଓ ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଲା। ଅବଶ୍ୟ ଅଧିବେଶନର ନିର୍ଧାରିତ ସମୟ ଥିଲା ସନ୍ଧ୍ୟା ୬ଟା। ତେବେ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ କରୋନା ମାହମାରୀ ପ୍ରସଙ୍ଗରେ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ ଉତ୍ତର ରଖିଲେ। ଏହା ପରେ ପ୍ରାୟ ୪୦ ମିନିଟରେ ଚାରିଟି ଗୁରୁତ୍ବପୂଣ୍ର୍ଣ ବିଲ ପାରିତ ହେଲା।

ଯେଉଁ ବିଲ୍ ଲୋକସଭାରେ ମଞ୍ଜୁରି ମିଳିଲା ସେଥିରେ ମନ୍ତ୍ରୀ-ସାଂସଦଙ୍କ ଦରମା-ଭତ୍ତା ସଂଶୋଧନ, ଜାତୀୟ ଫରନେସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ, ଜାତୀୟ ରକ୍ଷା ବିଶ୍ବବିଦ୍ୟାଳୟ ଓ ଦ୍ବିପାକ୍ଷିକ ନେଟିଙ୍ଗ ବିଲ୍ ଥିଲା ସାମିଲ। ଗୃହର କାର୍ଯ୍ୟକାଳ ତିନିଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ସ୍ଥଗିତ ହେବାବେଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହା ବଦଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ଜାରି ରଖିବାକୁ ଆଶ୍ବାସନା ଦେଇଥିଲେ।

ନୂଆ ଲୋକସଭାରେ ପ୍ରାୟ ପ୍ରତ୍ୟେକ ଅଧିବେଶନରେ ନିର୍ଧାରିତ ସମୟ ଠାରୁ ଅଧିକ କାମ କରଯାଇ କୀର୍ତିମାନ ଚରାଯାଇଛି। ହଙ୍ଗାମା ସମେତ ଅନ୍ୟ କାରଣ ଯୋଗୁ ଯେଉଁ ସମୟ ନଷ୍ଟ ହୋଇଥିଲା ତାର ଭରଣା କରିବା ପାଇଁ ନିର୍ଦାରିତ ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଧିବେଶନ ଜାରି ରଖାଗଲା।  ଗତ ବଜେଟ୍ ଅଧିବେଶନରେ ସଂସଦୀୟ ଅଧିବେଶନ ଅନେକ ଥର ଅଧ ରାତିରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା।

   Related Posts