ସଂସଦୀୟ କମିଟି ବୈଠକ ପାଇଁ ଗାଇଡ୍‌ଲାଇନ୍‌ ଜାରି, ୬ ଫୁଟ୍ ଦୂରତାରେ ବସିବେ ସଦସ୍ୟ

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୦୩।୦୭: କରୋନା ଭାଇରସ୍‌ କାରଣରୁ ଠପ୍ ରହିଥିବା ସଂସଦୀୟ କମିଟିର ବୈଠକ ପୁଣି ଥରେ ଆରମ୍ଭ ହେବ। ଏଥିପାଇଁ ଲୋକସଭା ସଚିବାଳୟ ଶୁକ୍ରବାର ମାର୍ଗଦର୍ଶିକା ଜାରି କରିଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ, କମିଟି ରୁମରେ ଏମିତି ବସିବାର ବ୍ୟବସ୍ଥା କରାଯିବ, ଯେମିତି ସଦସ୍ୟଙ୍କ ମଧ୍ୟରେ ଦୂରତା ଛଅ ଫୁଟ୍ ରହିବ। ଲୋକସଭା ସଚିବାଳୟ ଶୁକ୍ରବାର ସଂସଦୀୟ କମିଟି  ବୈଠକ ପାଇଁ ଛଅ ପ୍ରକାରର ନିର୍ଦ୍ଦେଶ ଜାରି କରିଛି।

ଲୋକସଭା ସଚିବାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ, କରୋନା ଭାଇରସ୍‌ କାରଣରୁ ସଂସଦୀୟ କମିଟିର ବୈଠକ ହୋଇ ପାରି ନାହିଁ। ମାତ୍ର ଜୁଲାଇ ୧ରୁ ଲକ୍‌ଡାଉନ୍‌ରେ ମିଳିଥିବା କୋହଳ କାରଣରୁ ସଂସଦୀୟ କମିଟି ବୈଠକ ହୋଇ ପାରେ। ଏଥିପାଇଁ କିଛି ନିର୍ଦ୍ଦେଶର ପାଳନ ଜରୁରୀ। ଲୋକସଭା ସଚିବାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାଳୟ ଅନୁଯାୟୀ, ବୈଠକ ସମୟରେ ମତାମତ ରଖିବା ପାଇଁ କୌଣସି ମନ୍ତ୍ରଣାଳୟ କିମ୍ବା ବିଭାଗର ସର୍ବାଧିକ ପାଞ୍ଚ ସଦସ୍ୟ କମିଟି ସାମ୍ନାରେ ଉପସ୍ଥିତ ହୋଇ ପାରିବେ। ଯଦି ଅଧିକ ସଦସ୍ୟଙ୍କ ଆବଶ୍ୟକ ପଡେ ତେବେ ଅନ୍ୟ ବ୍ୟବସ୍ଥା କରାଯିବ।

ମାର୍ଗଦର୍ଶିକା ଅନୁଯାୟୀ, ସାମାଜିକ ଦୂରତା କାରଣରୁ ସର୍ବନିମ୍ନ ସଦସ୍ୟ ନେଇ ସଂସଦୀୟ କମିଟିର  ବୈଠକ ହେବ।  ଏମିତିରେ ସଦସ୍ୟ ଉପଲବ୍ଧ ନହେଲେ ଶବ୍ଦ ପରେ ଶବ୍ଦ ନୋଟ୍ କରିବାରେ କଠିନ ହେବ। ଯେଉଁଥିରେ ଗୃହକାର୍ଯ୍ୟର ରେକର୍ଡିଂ ପାଇଁ ଅଡିଓ ସିଷ୍ଟମର ସାହାଯ୍ୟ ନିଆଯିବ। ଅଡିଓ ସିଷ୍ଟମର  ବ୍ୟବସ୍ଥା ସିପିଡବ୍ଲ୍ୟୁ ସ୍ତରୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.