ଲୋକସଭାରେ ଉଚ୍ଚ ବର୍ଗଙ୍କ ପାଇଁ ସଂରକ୍ଷଣ ବିଲ୍ ପାସ୍
8/01/2019 at 10:52 PM

ନୂଆଦିଲ୍ଲୀ ୮/୧: ଉଚ୍ଚ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବା ସଂପର୍କିତ ସଂବିଧାନ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହୋଇଛି। ଏନେଇ ଲମ୍ବା ବିତର୍କ ଚାଲିବା ପରେ ଏହା ଉପରେ ଗୃହରେ ଭୋଟିଂ କରାଯାଇଥିଲା । ଗୃହରେ ଉପସ୍ଥିତ ଥିବା ୩୨୬ ସଦସ୍ୟଙ୍କ ମଧ୍ୟରୁ ୩୨୩ ଜଣ ବିଲ୍ କୁ ସମର୍ଥନ କରିଥିବା ବେଳେ ମାତ୍ର ୩ ଜଣ ଏହାକୁ ବିରୋଧ କରିଥିଲେ । ଯାହାକୁ ଆଧାର କରି ବାଚସ୍ପତି ସୁମିତ୍ରା ମହାଜନ ଏହା ଲୋକସଭାରେ ଗୃହିତ ହୋଇଥିବା ଘୋଷଣା କରିଥିଲେ ।

ଏହି ବିଲ୍ ଲୋକସଭାରେ ପାସ୍ ହେବା ପରେ ଉଚ୍ଚଜାତିର ଯୁବକଯୁବତୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ଘଟଣା କ୍ରମ ଉପରେ ତୀକ୍ଷ୍ନ ନଜର ରଖିଥିବା ଦଶର ବିଭିନ୍ନ ଭାଗର ଯୁବକ ଯୁବତୀ ଏହାକୁ ସ୍ବାଗତ କରିବା ସହିତ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି।

