ରେଜଲ୍ଟ ଡେ: ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ଭୋଟ ଗଣତି, ନେତାଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ, ୦୨/୧୧: ଦେଶର ଏକାଧିକ ରାଜ୍ୟରେ ସରିଛି ଉପନିର୍ବାଚନ । ୩ଟି ଲୋକସଭା ଓ ୨୯ଟି ବିଧାନସଭା ଆସନ ପାଇଁ ଆଜି କାଉଣ୍ଟିଂ । ଉପନିର୍ବାଚନ ପାଇଁ ଚାଲିଛି ମତଗଣନା । ସନ୍ଧ୍ୟା ପୂର୍ବରୁ ଏହାର ଫଳାଫଳ ଆସିଯିବ ବୋଲି ଆଶଙ୍କା ରହୁଛି । ଉପନିର୍ବାଚନରେ ଅଧିକାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ମୁକାବିଲା ହୋଇଛି ।

wp:html /wp:html

କିଛି ଆସନରେ ଆଂଚଳିକ ଦଳର ପ୍ରଭାବ ରହିବ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ଆୟୋଗ ଆସାମରେ ପାଞ୍ଚଟି, ପଶ୍ଚିମବଙ୍ଗରେ ଚାରିଟି, ମଧ୍ୟପ୍ରଦେଶରେ ତିନୋଟି, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ଦୁଇଟି, ବିହାର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଟି ଏବଂ ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାେଁ ଆସନରେ ବିଧାନସଭା ଉପନିର୍ବାଚନ କରିଛନ୍ତି ।

ଉପନିର୍ବାଚନରେ ଏକାଧିକ ରାଜ୍ୟରେ ମତଦାନ ହେଉଛି। କିନ୍ତୁ ସର୍ବାଧିକ ଚର୍ଚ୍ଚାରେ ରହିବ ମଧ୍ୟପ୍ରଦେଶ। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉପନିର୍ବାଚନ ପାଇଁ ମୁଖ୍ୟ ଶିବରାଜ ସିଂହ ଚୌହାନ ଅନେକ ରାଲି କରିଥିଲେ। କଂଗ୍ରେସ ମଧ୍ୟ ଏହାକୁ ମୁକାବିଲା କରିବା ଲାଗି ଜୋରଦାର ପ୍ରଚାର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.