Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

କୋଭିଡ-୧୯ ପ୍ରକୋପ, ଅନିଶ୍ଚିତକାଳ ପର୍ଯ୍ୟନ୍ତ ଲୋକସଭା ମୁଲତବୀ

23/09/2020 at 8:53 PM

ନୂଆଦିଲ୍ଲୀ ୨୩।୦୯:  କୋଭିଡ୍-୧୯ ମହାମାରୀ କାରଣରୁ ଲୋକସଭାକୁ ଅନିଶ୍ଚିକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାର ଥିଲା ମାତ୍ର କରୋନା କାରଣରୁ କାର୍ଯ୍ୟଦିବସ ହ୍ରାସ କରାଯାଇଥିଲା। ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ବିବାଦୀୟ କୃଷି ସମ୍ବନ୍ଧିତ ତିନି ବିଧେୟକ ସହିତ ଅନେକ ବିଲ୍‌ ଗୃହୀତ ହୋଇଛି।

ସଂସଦର ମୌସୁରମୀ ଅଧିବେଶନ ନିଜର ନିର୍ଦ୍ଧାରିତ ସମୟର ପ୍ରାୟ ୮ ଦିନ ପୂର୍ବରୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଗୃହକାର୍ଯ୍ୟ ଛୋଟ ଅବଧି ହେଲେ ମଧ୍ୟ ରାଜ୍ୟସଭାରେ ଅଧିବେଶନ ସମୟରେ ୨୫ ବିଧେୟକ ଗୃହୀତ ହୋଇଛି। କୃଷି ବିଧେୟକକୁ ନେଇ ହଙ୍ଗାମା କାରଣରୁ ଆଠ ବିରୋଧୀ ସାଂସଦଙ୍କୁ ମୌସୁମି ଅଧିବେଶନରୁ ନିଲମ୍ବିତ କରାଯାଇଥିଲା।

ସଭାପତି ଭେଙ୍କେୟା ନାଇଡୁ ଅଧିବେଶନକୁ ମୁଲତବୀ ଘୋଷଣା କରିବା ପୂର୍ବରୁ ନିଜର ପାରମ୍ପରିକ ସମ୍ବୋଧନରେ କହିଛନ୍ତି ଏହି ଅଧିବେଶନ କିଛି ଦୃଷ୍ଟିରୁ ଐତିହାସିକ ରହିଛି କାରଣ ଏହା କରୋନା ମହାମାରୀ ସମୟରେ ସ୍ଵତନ୍ତ୍ର ବ୍ୟବସ୍ଥା ସହିତ ଅନୁଷ୍ଠିତ ହୋଇଛି।

ଏହା ବ୍ୟତୀତ ଗୃହକାର୍ଯ୍ୟ ଲଗାତାର ୧୦ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ଶନିବାର ଓ ରବିବାର ଗୃହରେ ଅବକାଶ ନଥିଲା। କୃଷି ବିଧେୟକ ସହିତ ଅନ୍ୟ ଛଅଟି ବିଧେୟକ ମଧ୍ୟ ଉପସ୍ଥାପନ ହୋଇଥିଲା। ଏଥିରୁ ତିନି ମହତ୍ଵପୂର୍ଣ୍ଣ  ବିଧେୟକ ମହାମାରୀ ସଂଶୋଧନ ବିଧେୟକ, ବିଦେଶୀ ଅର୍ଥ ବିନିୟମ ସଂଶୋଧନ  ବିଧେୟକ, ଜାମ୍ମୁ-କାଶ୍ମୀର ସରକାରୀ ଭାଷା ବିଧେୟକ ସାମିଲ।

   Related Posts