କରୋନା ଆତଙ୍କ: ଲୋକସଭା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ, ତରବରରେ ଗୃହୀତ ହେଲା ଅର୍ଥ ବିଧେୟକ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୩:  କରୋନା ସଂକ୍ରମଣକୁ ନେଇ ସାରା ଦେଶ ଏବେ କଟକଣାରେ ଥିବା ବେଳେ ସୋମବାର ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁତଲବୀ କରିଦିଆଯାଇଛି। ତେବେ ସଦନ ସ୍ଥଗିତ ହେବା ପୂର୍ବରୁ ତରବରିଆ ଭାବେ ଫାଇନାନ୍ସ ବିଲ( ଅର୍ଥବିଧେୟକ)କୁ ଧ୍ୱନିମତରେ ଗୃହୀତ କରାଇ ନିଆଯାଇଛି। ଗୃହରେ ଅର୍ଥ ବିଧେୟକ ଗୃହୀତ ହେବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।  

{"id":242909,"width":586,"height":386,"sizeSlug":"large"}

କରୋନା ସଂକ୍ରମଣ ଲାଗି ଲୋକସଭାର ବଜେଟ୍ ଅଧିବେଶନ ବନ୍ଦ କରିବା ଲାଗି ବିଭିନ୍ନ ରାଜନୈତିକ ଦଳ ସଦନରେ ଦାବି କରୁଥିଲେ। ତେବେ ଅର୍ଥବିଧେୟକ ଆଗତ ହୋଇନଥିବାରୁ ଅଧିବେଶନ ସରିପାରୁନଥିଲା। ଏଥିରେ ସୋମବାର ଗୃହରେ ଅର୍ଥବିଧେୟକ ଉପସ୍ଥାପିତ ହେବା ମାତ୍ରେ ବିନା ଆଲୋଚନାରେ ତରବରିଆ ଭାବେ ଧ୍ୱନିତମରେ ଏହାକୁ ଗୃହୀତ କରାଇ ଦିଆଯାଇଛି। ତେବେ ରାଜ୍ୟସଭାରେ ଅର୍ଥ ବିଧେୟକ ଉପରେ ଚର୍ଚ୍ଚା ଜାରି ରହିଛି। ଆଲୋଚନା ଶେଷ ହେବା ପରେ ରାଜ୍ୟସଭା ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହେବ।

{"id":242917,"width":580,"height":419,"sizeSlug":"large"}

ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ତେବେ କରୋନା ଜନିତ ପରିସ୍ଥିତି ଲାଗି ତା ପୂର୍ବରୁ ସଂସଦର କାର୍ଯ୍ୟକ୍ରମ ବନ୍ଦ କରିଦିଆଯିବ। ସୋମବାର ରାଜ୍ୟସଭା ବାଚସ୍ପତି ଏମ.ଭେଙ୍କୟା ନାୟଡୁ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିରେ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଦେଶରେ କରୋନାର ତାଜା ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବା ପରେ ବଜେଟ୍ ଅଧିବେଶନର ସମସ୍ତ କାର୍ଯ୍ୟ ଶେଷ କରି ଗୃହ ମୁଲତବୀ ଲାଗି ନିଷ୍ପତ୍ତି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.