Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

“ଖୁବ୍ କମ ସମୟରେ ରାଜନୀତିର ଶିଖରରେ ପହଞ୍ଚିଛି ଚିରାଗ”, ରାମବିଳାସଙ୍କ ହାତ ଲେଖା ଚିଠି ପୋଷ୍ଟ କଲେ LJP ନେତା

21/06/2021 at 2:32 PM

ବିହାର ୨୧/୬ : ବିହାର ଲୋକ ଜନତା ପାର୍ଟି ମଧ୍ୟରେ ରାଜନୈତିକ ସଂଘର୍ଷରେ ପଡିନି ପୂର୍ଣ୍ଣଛେଦ । ଚାଚା ପଶୁପତି ପାରସଙ୍କ ସହ ଅନ୍ୟ ସାଂସଦମାନେ ପାର୍ଟି ଉପରେ ମିଳିମିଶି କବଜା କରିନେଇଛନ୍ତି । ଫଳରେ ଏକୁଟିଆ ହେବା ସହ ଆରମ୍ଭ ହୋଇଗଲାଣି ବିବାଦ । ଏହାରି ଭିତରେ ଜନଶକ୍ତି ପାର୍ଟିର ଜଣେ ଯୁବନେତା ଏବଂ ଚିରାଗ ପାଶଓ୍ୱାନଙ୍କ ସାଙ୍ଗ ସୌରଭ ପାଣ୍ଡେ ଏକି ଚିଠି ଜାରି କରିଛନ୍ତି ।

ସୌରଭ ତାଙ୍କ ଟ୍ୱିଟରରେ ଆକାଉଣ୍ଟରେ ଲେଟର ଜାରି କରିଛନ୍ତି । ସେ ଲେଖିଛନ୍ତି ଯେ, ଏହି ଚିଠିଟି ରାମବିଳାସ ପାଶଓ୍ୱାନଙ୍କ ହାତ ଲେଖା ଚିଠି । ଯାହାକି ୧ ଜାନୁଆରୀ ୨୦୨୦ରେ ଲେଖିଥିଲେ । ଚିଠିରେ ରାଜନୈତିକ ସ୍ଥିତି ସହ ଚିରାଗ କେମିତି ଦଳ ପାଇଁ ପରଶ୍ରମ କରିଛନ୍ତି ସେ ବିଷୟରେ ଲେଖାଥିଲା । ଏତେ କମ ସମୟରେ ଚିରାଗ କିପରି ଏତେ ରାଜନୀତିର ଶିଖର ଛୁଇଁଲେଣି ।

ସୌରଭ ରାମବିଳାସଙ୍କ ହାତ ଲେଖା ଚିଠି ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖାଅଛି ତୁମମାନଙ୍କ ସହଯୋଗ ପାଇଁ ଚିରାଗ ସାଂସଦ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସଦନର ନେତା ହୋଇଛି । ଦେଶର ବଡ ବଡ ଲୋକଙ୍କ ସହ ଚିରାଗଙ୍କ ସ୍ଥାନ ଅଛି । ୨୦୧୩ ସେ ରାଜନୀତିରେ ଏଣ୍ଟ୍ରି ମାରିଥିଲା । ହେଲେ ଏଇ ଖୁବ କମ ଦିନରେ ସେ ବେଶ୍ ପାରଦର୍ଶୀ ହୋଇଗଲାଣି ।

ଆହୁରି ମଧ୍ୟ, ଚିଠିରେ ଲେଖାଯାଇଛି, ‘ତୁମେ ଦୁହେଁ ଗତ କିଛି ବର୍ଷ ମଧ୍ୟରେ କଠିନ ପରିଶ୍ରମ କରିଛ, ଏହା ହେଉଛି ଏହାର ଫଳାଫଳ । କିନ୍ତୁ, ସୌରଭ ଟାର୍ଗେଟ ଏବେ ବହୁତ ଦୂରରେ ଅଛି । ପ୍ରଥମେ ଦୁଇଟି ଲକ୍ଷ୍ୟ ପୂରଣ କରିବାର ଅଛି । ଗୋଟିଏ ହେଉଛି, ବିହାର ଏବଂ ଅନ୍ୟଟି ଦେଶ । ସୌରଭ ପୋଷ୍ଟ କରିବା ପରେ କହିଛନ୍ତି, ଯିଏ ଆମର ପରିଶ୍ରମ ଦେଖିଥିଲେ ସେ ଏବେ ନାହାଁନ୍ତି । ଯିଏ ପାର୍ଟିକୁ ଆଗକୁ ନେବାକୁ ଜିଦ କରୁଥିଲେ ସେ ତ ଛାଡିଚାଲିଯାଇଛନ୍ତି । ହେଲେ ଏବେ ଆମେ ଚିରାଗଙ୍କ ନେତୃତ୍ୱରେ ଆଗକୁ ଯିବା ।

   Related Posts