ଦାବି ପରେ ବି ଶୁଣିଲାନି ପ୍ରଶାସନ, ଆଞ୍ଚଳିକ ବିକାଶ ପରିଷଦର ୧୨ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା

Published By : Prameya-News7 Bureau | March 10, 2021 IST

ବଲାଙ୍ଗୀର ୧୦।୦୩ : ଆଜି ୧୨ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା । ବଲାଙ୍ଗୀର ଜିଲ୍ଲା ଲୋଇସିଂହାକୁ ଏନ୍‌ଏସି ମାନ୍ୟତା ପ୍ରଦାନ ଦାବିରେ ଏହି ବନ୍ଦ ଡାକରା । ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।  

{"id":420610,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଆଜି ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ଗତ ୧୪ ଦିନ ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ପରେ ଆଜି ବନ୍ଦ ପାଳନ କରାଯାଉଛି ।

ଲୋଇସିଂହାକୁ ଏନଏସି ମାନ୍ୟତା ପ୍ରଦାନ ଦାବିରେ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତ ଫେବୃଆରୀ ୨୪ ତାରିଖ ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଉଥିଲା । ତେବେ ୧୪ ଦିନ ଧରି ଧାରଣା ଦେବା ପରେ ଆନ୍ଦୋଳନକୁ ବ୍ୟାପକ କରାଯାଇଛି । ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.