‘ପନ୍ତଙ୍କୁ ମନ୍ଦିରର ଘଣ୍ଟି ଭାବି ବଜାଇ ଦେଇ ଚାଲିଯାଉଥିଲେ’, ଏମିତି କାହିଁକି କହିଲେ ସୁରେଶ ରୈନା

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ  ୨/୪: ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିଜର ଖରାପ ଫର୍ମ ଏବଂ ଶଟ୍‌ ସିଲେକ୍ସନ୍‌ ପାଇଁ ଆଲୋଚକଙ୍କ  ନିଶାନାରେ ଅଛନ୍ତି। କିନ୍ତୁ ପନ୍ତ ଏବେ ବିଶ୍ବରେ ପ୍ରଶଂସା ଭାଜନ ହୋଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଏବଂ ଇଂଲଣ୍ଡ ବିପକ୍ଷରେ ପନ୍ତଙ୍କ ପ୍ରଦର୍ଶନ ସମସ୍ତ ଆଲୋଚକଙ୍କ ମୁହଁରେ ତାଲା ପକାଇଛି।

ଗତ ବର୍ଷ ପନ୍ତଙ୍କ ପାଇଁ ଖରାପ ଥିବା ବେଳେ ଲିମିଟେଡ୍‌ ଓଭର ଟିମ୍‌ରେ ତାଙ୍କୁ ବାହାରେ ରହିବାକୁ ପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମଉକା ନଛାଡ଼ି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି। ସେପଟେ ପନ୍ତଙ୍କ ଆଲୋଚକଙ୍କୁ ଭିନ୍ନ ଅନ୍ଦାଜ୍‌ରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଜବାବ ଦେଇଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ ରୈନା କହିଛନ୍ତି, ‘ଯେ କେହି ବି ତାଙ୍କୁ ମନ୍ଦିରର ଘଣ୍ଟି ଭାବି ବଜାଇ ଚାଲିଯାଉଥିଲେ। ଏହା ପରେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ସେ ପ୍ରତିଟି ବଲକୁ ହିଟ୍‌ କରିବାକୁ ଚେଷ୍ଟା କରୁଥିବା ଲାଗୁଥିଲା। ଇଣ୍ଡଲଣ୍ଡ ବିପକ୍ଷରେ ପନ୍ତ ଜ୍ୟାକ୍‌ ଲିଚ୍‌ଙ୍କ ପ୍ରତିଟି ବଲ୍‌ରେ ଛକା ମାରିବେ ବୋଲି ଚାହୁଁଥିଲେ। ଏମିତି ପ୍ଲେୟର ଯଦି ଶଟ୍‌ ଖେଳିବା ବେଳେ ଆଉଟ୍‌ ହୋଇଯାଆନ୍ତି ତେବେ ତାଙ୍କୁ ସମର୍ଥନ କରିବା ଦରକାର।’

ରୈନା ଆଗକୁ ଆହୁରି କହିଛନ୍ତି, ‘ବ୍ରାୟନ ଲାରା କହୁଥିଲେ, ଯେବେ ସମୟ ଭଲ ଥାଏ ତେବେ ଏମିତି ଖେଳାଳି ରନ୍‌ କରନ୍ତି। ଯେବେ ସମୟ ଖରାପ ଥାଏ ତେବେ ରନ୍‌କୁ ଦେଖି ଖେଳାଳିର ଦମ୍‌ ବୁଝିବାକୁ ପଡ଼ିବ। ଋଷଭ ପନ୍ତଙ୍କୁ ଆଣିବାର ଥିଲା ଏବଂ ଅଧିନାୟକ ବିରାଟ କୋହଲି ସେମିତି ହିଁ କଲେ। ପନ୍ତ ଅତିକମରେ ୧୦-୧୫ ବର୍ଷ  ଟିମ୍‌ ଇଣ୍ଡିଆ ପାଇଁ ଖେଳିବେ ବୋଲି ସୁରେଶ ରୈନା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.