Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଝାଡ଼ଖଣ୍ଡକୁ ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ, ଡ୍ରାଇଭର ଗିରଫ

13/06/2020 at 4:28 PM

ବଡ଼ବିଲ ୧୩।୦୬:  ଝାଡଖଣ୍ଡକୁ କାଠ ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ବଡ଼ବିଲ ଦେଇ ଯାଇଥିବା ଏନଏଚ୍ ୫୨୦ ଗୁଆଲି ନିକଟରୁ ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ଚୋରା ପିଆଶାଳ କାଠ ବୋଝେଇ ଜବତ । କାଠ ସହ ଏକ ପିକଅପ୍ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ଚୋରାଚାଲାଣ ଘଟଣାରେ ସଂପୃକ୍ତ ଡ୍ରାଇଭରକୁ ଗିରଫ୍ କରିଛି ବନ ବିଭାଗ ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଂଚଳରୁ ଜେଏଚ୍ ୦୫ ସିଏମ୍ ୮୪୧୦ ନମ୍ବର ପିକଅପ୍ ଭ୍ୟାନରେ ମୂଲ୍ୟବାନ୍ ପିଆଶାଳ କାଠ ବୋଝେଇ ହୋଇ  ଝାଡ଼ଖଣ୍ଡର ମଝିଗାଁ ଅଂଚଳକୁ ଚୋରା ଚାଲାଣ ହେଉଥିଲା । ଏହାର ଖବର ପାଇଁ ପାଇଥିଲା ବନବିଭାଗ ।

ସୂଚନାକୁ ଆଧାର କରି ବଡ଼ବିଲ ବନାଞ୍ଚଳ ଅଧତ୍କାରୀ ଅନ୍ୟ ବନ କର୍ମଚାରୀଙ୍କ ସହ ଗୁଆଲି ନିକଟରେ ଜଗି ରହିଥିଲା । କାଠ ଚୋରାଚାଲାଣ ହେଉଥିବା ପିକଅପ୍ ଭ୍ୟାନ ସେହି ବାଟ ଦେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଗାଡ଼ିକୁ ଧରିବାରେ ସକ୍ଷମ ହୋଇଥିଲେ । ମୋଟ ଗାଡ଼ିରେ ୧୫ ଖଣ୍ଡ ସାଇଜ୍ ପିଆଶାଳ କାଠ ଗଣ୍ଡି ରହିଛି। ଯାହା ପାଖାପାଖି ୬୧ ଘନଫୁଟ୍ ହେବ ବୋଲି ବନବିଭାଗ ସୂଚନା ଦେଇଛି । ଗିରଫ ପିକଅପ୍ ଭ୍ୟାନ୍ ଡ୍ରାଇଭର, ଏମ୍ ଡି ଇଶାକକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

   Related Posts