ପଙ୍ଗପାଳ ପହଞ୍ଚିଲେ ଛତିଶଗଡ, ମୁକାବିଲା ଲାଗି ଜିଲ୍ଲାପାଳଙ୍କ ଜରୁରି ପଦକ୍ଷେପ

Published By : Prameya-News7 Bureau | May 31, 2020 IST

କୋରେୟା ୩୧।୫: ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସୀମାରେଥିବା ପଙ୍ଗପାଳଙ୍କ ଏକ ବିଶାଳ ଦଳ ପବନରେ ଉଡି ଛତିଶଗଡ ପହଞ୍ଚିଛନ୍ତି।  ସୀମାବର୍ତ୍ତି କୋରେୟା ଜିଲ୍ଲାରେ ପଙ୍ଗପାଳ ରବିବାର ପହଞ୍ଚିବା ପରଠାରୁ ଫସଲ ଚରିବାରେ ଲାଗିଥିବା ଜଣାପଡିଛି। ପଙ୍ଗପାଳଙ୍କ ଏହି ଦଳ ଶନିବାର ସିଧା ଉଡୁଥିବାର ଦେଖାଯାଇଥିଲା। ତେବେ ପବନର ଦିଗ ପରିବର୍ତ୍ତନ ଯୋଗୁ ଏକ ଛୋଟ ଦଳ ଛତିଶଗଡ ଆଡକୁ ପଶିଆସିଛନ୍ତି।

{"id":279217,"width":576,"height":468,"sizeSlug":"large"}

ପଙ୍ଗପାଳଙ୍କ ଆସିବା ସୂଚନା ପ୍ରଶାସନକୁ ମିଳିଥିବା ବେଳେ ଚାଷୀଙ୍କୁ ଭୟଭୀତ ନ ହୋଇ କୀଟନାଶକ ପ୍ରୟୋଗ କରିବା ଲାଗି କୃଷି ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ତେବେ ପଙ୍ଗପାଳଙ୍କ ମୂଳ ଦଳ ଏଥିରେ ଛୋଟଛୋଟ ଭାଗରେ ପରିଣତ ହୋଇଥିବା  କୃଷି ଅଧିକାରୀମାନେ  କହିଛନ୍ତି। କୋରେୟାରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି  ରହିଛି। ଏଣୁ ଗରମ ପବନ ପଙ୍ଗପାଳଙ୍କୁ ଜିଲ୍ଲାରୁ ତଡିଦେଇପାରେ ବୋଲି ଆଶା କରାଯାଉଛି। 

{"id":279218,"sizeSlug":"large"}

ପଙ୍ଗପାଳ ଏବେ ଭରତପୁର ବିକାଶ ଖଣ୍ଡ ଘୋଡଧରା ଗାଁ ଆଖପାଖରେ ଅଛନ୍ତି। ସୂଚନା ମିଳିବା ପରେ ଜିଲ୍ଲାପାଳ ପଙ୍ଗପାଳଙ୍କୁ ତଡିବା ଲାଗି କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦମକଳ ବାହିନୀ ପହଞ୍ଚି ବିଷାକ୍ତ ତରଳ ସିଞ୍ଚନ କରୁଛନ୍ତି। ଛତିଶଗଡ ସୀମାରେ ପଶିବା ପୂର୍ବରୁ ପଙ୍ଗପାଳଙ୍କ ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି। ଶିବପୁରୀ ସହର ନିକଟବର୍ତ୍ତି ମଝେରା, କୋଲାରସ, ରାଜାକି ମୁଢୈରୀ, ସୋସୋଇ ଓ ଭେସନା ଆଦି ଗ୍ରାମରୁ ସବୁଜିମା ଉଜାଡି ଦେଇଯାଇଛନ୍ତି ପଙ୍ଗପାଳ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.