ପଙ୍ଗପାଳ ବଢାଇଛନ୍ତି ପାକିସ୍ତାନର ଚିନ୍ତା, ଶେଷରେ ପାକ୍ ସେନା କରିବ ମୁକାବିଲା

Published By : Prameya-News7 Bureau | May 30, 2020 IST

ଲାହୋର, ୩୦|୦୫:  ଆଫ୍ରିକା ପରେ ଏବେ ଚାଷୀଙ୍କ ଶତ୍ରୁ କୁହାଯାଉତିବା ପଙ୍ଗପାଳ ଏବେ ଦକ୍ଷିଣ ଏସିଆ ମୁହାଁ ହୋଇଛନ୍ତି । ପ୍ରାୟ ୫୦ କୋଟିରୁ ଅଧିକ ପଙ୍ଗପାଳ ଏବେ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛନ୍ତି । ସେମାନେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଖାଦ୍ୟ ଶସ୍ୟ ନଷ୍ଟ କରିବାରେ ଲାଗି ପଡିଛନ୍ତି । ଯାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏହି ପଙ୍ଗପାଳମାନେ ପାକିସ୍ତାନରେ ହଜାର ହଜାର ହେକ୍ଟରର ଚାଷ ଜମିରେ ଶସ୍ୟ ନଷ୍ଟ କରିଦେଇଛନ୍ତି । ପାକିସ୍ତାନ ଜାତୀୟ ବିପତ୍ତି ପରିଚାଳନା ପ୍ରାଧୀକରଣର ନିର୍ଦ୍ଦେଶକ ଅଫଜଲ୍ କହିଛନ୍ତି ଯେ, ପଙ୍ଗପାଳଙ୍କୁ ସାମ୍ନା କରିବା ପାଇଁ ନ୍ୟାଶନାଲ ଲୋକଷ୍ଟ୍ କଣ୍ଟ୍ରୋଲ କାଇନସିଲ୍ ଗଠନ କରାଯାଇଚି । କୃଷି ଓ ଖାଦ୍ୟ ବିଭାଗକୁ ସତର୍କ ରହିବାକୁ କୁହାଯାଇଚି । ୫୦ ଜିଲ୍ଲାରେ ପଙ୍ଗପାଳ ମୁକାବିଲା ପାଇଁ ସେନାବାହିନୀକୁ ନିୟୋଜିତ କରାଯାଇଛି । ପ୍ରାୟ ୫ ହଜାର ଯବାନ ପଙ୍ଗପାଳ ମୁକାବିଲାରେ ନିୟୋଜିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସରୁ ଆଫ୍ରିକା ସମେତ ମଧ୍ୟ ଏସିଆରେ ପଙ୍ଗପାଳ ଆକ୍ରମଣ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ପଙ୍ଗପାଳ ଆକ୍ରମଣରେ ଆମେରିକାରେ ପ୍ରାୟ ୨.୨ ବିଲିୟନ ଡଲାର କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.