ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ : ପଙ୍ଗପାଳ ମୁକାବିଲା ନେଇ ରାଜ୍ୟ କୃଷି ଭବନରେ ସମୀକ୍ଷା ବୈଠକ

Published By : Prameya-News7 Bureau | June 01, 2020 IST

ରାୟପୁର ୧/୬: ଛତିଶଗଡର କୋରିଆ ଜିଲ୍ଲାର ଭରତପୁର ଇଲାକାର ଗ୍ରାମୀଣ କ୍ଷେତ୍ରରେ ବିଳମ୍ବିତ ରାତିରେ ପଙ୍ଗପାଳ ଦଳ ପହଞ୍ଚି ଯାଇଥିବା ସୂଚନା ମିଳିଛି । ଆଫ୍ରିକାରୁ ପାକିସ୍ତାନ ଦେଇ ଆସିଥିବା ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ସୀମା ଡେଇଁ ଛତିଶଗଡର କୋରିଆ ଜିଲ୍ଲାରେ ପହଞ୍ଚିଛନ୍ତି । ଏମାନଙ୍କୁ ଆଜି ଭରତରପୁର ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏନେଇ ଛତିଶଗଡ କୃଷି ବିଭାଗ ଆଲର୍ଟ ଜାରି କରିଛି ।

ଭରତପୁର ଇଲାକାରେ ସ୍ଥାନୀୟ ପ୍ରଶାସନ ଏହଂ କୃଷି ବିଭାଗ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପଙ୍ଗପାଳ ଦଳ ଫସଲକୁ ବ୍ୟାପକ ନଷ୍ଟ କରିବା ଭୟ ରହିଛି ।  ତେଣୁ ସ୍ଥିତି ମୁକାବିଲା ନେଇ ପଦକ୍ଷେପ ନିଆଯାଉଛି । ପଙ୍ଗପାଳ ଦେଖା ଯାଉଥିବା ଇଲାକାରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଏସବୁ ଇଲାକାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ତେବେ ଏମାନେ ଓଡ଼ିଶା ଆସିବା ସମ୍ଭାବନା କମ । ମୌସୁମୀ ଉପରେ ନିର୍ଭର କରୁଛି ପଙ୍ଗପାଳ ଆସିବେ ନା ନାହିଁ । ପବନର ଦିଗ ଉପରେ ଏହା ନିର୍ଭର କରୁଛି । ତଥାପି ଆମେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ ବୋଲି ରାଜ୍ୟ କୃଷି ନିର୍ଦ୍ଦେଶକ ଏମ୍. ମାଥ୍ୟୁ କୁମାର ସୂଚନା ଦେଇଛନ୍ତି । ପଙ୍ଗପାଳ ସ୍ଥିତି ମୁକାବିଲା ପ୍ରସଙ୍ଗରେ କୃଷି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି ।

ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ. ମାଥ୍ୟୁ କୁମାର ସୂଚନା ଦେଇ କହିଛନ୍ତି ଯେ ବ୍ଲକ ଲେବଲର ଅଫିସର ମାନଙ୍କୁ ମନିଟରିଂ କରିବା ପାଇଁ କୁହାଯାଇଛି । ଏହାସହ ସର୍ଭେ କରିବେ କେଉଁ ଇଲାକାରେ ପଙ୍ଗପାଳ ପହଞ୍ଚିଛନ୍ତି। ଏହାପରେ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ ନିଆଯିବ।  ଜିଲ୍ଲା ସ୍ତରୀୟ ମନିଟରିଂ କମିଟି ମଧ୍ୟ ଗଠନ କରାଯାଇଛି । କୃଷକ ମାନଙ୍କୁ ନେଇ ଏକ ହ୍ଵାଟ୍ସଆପ ଗ୍ରୁପ କରାଯାଇଥିବା କୃଷି ନିର୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.