ଅଭିଯାନ ବେଳେ ଅଧିକ ପ୍ରଜନନକ୍ଷମ ହୁଅନ୍ତି ପଙ୍ଗପାଳ, ଯେଉଁଠି ଓହ୍ଲାନ୍ତି ସେଠି ଅଣ୍ଡା ଦିଅନ୍ତି

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୫: ପଙ୍ଗପାଳ ପାକିସ୍ତାନ ରାସ୍ତାରେ ଭାରତର ଅନେକ ରାଜ୍ୟକୁ ପ୍ରବେଶ କରିସାରିଛନ୍ତି । ତେବେ ଏମାନଙ୍କୁ ରୋକିବା ଲାଗି ସରକାର ଅନେକ ଚେଷ୍ଟା କରୁଛନ୍ତି । ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ତଥା ଏଣ୍ଟୋମୋଲୋଜି ଶାଖାର ଅଧ୍ୟକ୍ଷ ଥିବା ପ୍ରଫେସର ରାଜେନ୍ଦ୍ର ସିଂହ କହିଛନ୍ତି ଯେ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଅଭିଯାନକାଳରେ ପଙ୍ଗପାଳ ଆକ୍ରମଣାତ୍ମକ ହୋଇଥାନ୍ତି । ସେମାନଙ୍କ ଶରୀରର ରଙ୍ଗ ଏବଂ ଆକାର ମଧ୍ୟ ବଦଳିଯାଇଥାଏ । ଏହି ସମୟରେ ସେମାନଙ୍କର ପ୍ରଜନନ କ୍ଷମତା ଶହେ ଗୁଣ ବୃଦ୍ଧି ହୋଇଥାଏ।

{"id":278848,"sizeSlug":"large"}

ସିଂହ କହିଛନ୍ତି ଯେ, ମୁଖ୍ୟତଃ ଶୁଷ୍କ ଅଞ୍ଚଳରେ ପଙ୍ଗପାଳମାନେ ଆକ୍ରମଣାତ୍ମକ ହୋଇଥାନ୍ତି। ଏହି କାରଣରୁ ଆଫ୍ରିକା ହୋଇ ଆଫଗାନିସ୍ତାନ ଓ ପାକିସ୍ତାନ ଦେଇ ପଙ୍ଗପାଳ ଭାରତକୁ ପ୍ରବେଶ କରୁଛନ୍ତି । ଏବେ ସେମାନେ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ଶୁଷ୍କ ଅଞ୍ଚଳରେ ଥିବା ଫସଲକୁ ନଷ୍ଟ କରୁଛନ୍ତି । ପଙ୍ଗପାଳ ସାଧାରଣତଃ ଗୋଟିଏ ସ୍ଥାନରେ ରୁହନ୍ତି । ବେଳେବେଳେ ଏମାନଙ୍କର ବଂଶ ବୃଦ୍ଧି ସହ ଆକ୍ରମକ ହୋଇଥାନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କର ଶରୀରର ଆକାର ପରିବର୍ତ୍ତନ ହୁଏ । ସବୁଜ-ହଳଦିଆ ରଙ୍ଗର ପଙ୍ଗପାଳଗୁଡିକର ଶରୀରର ରଙ୍ଗ ହାଲୁକା ବାଦାମୀ ଏବଂ ଗୋଲାପୀ ହୋଇଯାଏ । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଅଭିଯାନ ସମୟରେ ପଛ ଗୋଡ ହାଡର ଆକୃତି ମଧ୍ୟ ପରିବର୍ତ୍ତନ ହୋଇଥାଏ ।

{"id":278851,"sizeSlug":"large"}

କେବଳ ଏତିକି ନୁହେଁ, ଏହି ସମୟରେ ସେମାନଙ୍କର ପ୍ରଜନନ କ୍ଷମତା ଶହେ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ସେମାନେ ଯେଉଁଠାରେ ଅଟକନ୍ତି ସେଠାରେ ନିଶ୍ଚିତ ଭାବରେ ଅଣ୍ଡା ଦିଅନ୍ତି । ସେମାନେ ଏହି ଅଣ୍ଡାକୁ ଗାତ ଖୋଳି ରଖି ଦିଅନ୍ତି । ସେଠାରୁ ୧୫ ରୁ ୨୦ ଦିନ ପରେ ଅଣ୍ଡା ଫୁଟିବା ଆରମ୍ଭ କରିଥାଏ ।

{"id":278849,"sizeSlug":"large"}

ପଙ୍ଗପାଳର ବୈଜ୍ଞାନିକ ନାମ ହେଉଛି ସିଷ୍ଟୋସରକା ଗ୍ରିଗେରିଆ । ପଙ୍ଗପାଳ ଦଳ ଦୈନିକ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରନ୍ତି । ସେମାନଙ୍କ ଦଳର ଆକାର ମଧ୍ୟ ୩ରୁ ୫ କିଲୋମିଟର  ହୋଇଥାଏ । ଏଭଳି ଅଭିଯାନ କାଳରେ ଗୋଟିଏ ଗୋଟିଏ ଦଳରେ ଲକ୍ଷ ଲକ୍ଷ ପଙ୍ଗପାଳ ରହିଥାନ୍ତି । ସେମାନେ ଏକତ୍ର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ଏହି ସମୟରେ କ୍ଷେତରୁ ଫସଲ ଖାଇ ଯାଇଥାନ୍ତି।

{"id":278850,"sizeSlug":"large"}

ହିମାଳୟର ନିମ୍ନଭୂମି ଅଞ୍ଚଳରେ ପଙ୍ଗପାଳ ଆକ୍ରମଣର ଆଶଙ୍କା ଅପେକ୍ଷାକୃତ କମ୍ ଅଟେ । ଏଠାରେ ବାୟୁରେ ଆର୍ଦ୍ରତା ରହିଥାଏ । ଏଠାରେ ପ୍ରାୟତଃ ବର୍ଷା ହୁଏ । ପାଣିପାଗର ଏହି ପରିବର୍ତ୍ତନ ପଙ୍ଗପାଳ ପାଇଁ ଉପଯୋଗୀ ନୁହେଁ । ବାୟୁରେ ଆର୍ଦ୍ରତା ଏବଂ ବର୍ଷାରେ ଯୋଗୁଁ ପଙ୍ଗପାଳର ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ । ଏହି କାରଣରୁ ପୂର୍ବାଞ୍ଚଳରେ ପଙ୍ଗପାଳଙ୍କ ଆକ୍ରମଣର ଆଶଙ୍କା କମ୍ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.