ରାଜଧାନୀରେ ପଙ୍ଗପାଳ ହମଲା : ଜରୁରୀ ବୈଠକ ଡାକିଲେ ଦିଲ୍ଲୀ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭/୦୬ : କରୋନା ଭାଇରସ ସହ ଲଢେଇ ଜାରି ଥିବାବେଳେ ରାଜଧାନୀ ଦିଲ୍ଲୀରେ ପୁଣି ଏକ ସଙ୍କଟ ଦେଖାଦେଇଛି | ହରିୟାଣା ଗୁରୁଗ୍ରାମରେ ପଙ୍ଗପାଳ ହମଲା କରିବା ପରେ ଶନିବାର ଦିନ ଦିଲ୍ଲୀରେ ମଧ୍ୟ ହଲଵା କରିଛନ୍ତି | ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ପଙ୍ଗପାଳ ହମଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ପଙ୍ଗପାଳ ହମଲା ପରେ ଦିଲ୍ଲୀ ସରକାର ଓ ସ୍ଥାନୀୟ ପ୍ରଶାସନ ଆଲର୍ଟ ମୋଡ଼ରେ ଅଛି | ଦିଲ୍ଲୀ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ ତତ୍କାଳୀନ ବୈଠକ ଡାକିଛନ୍ତି | ପଙ୍ଗପାଳ ଦିଲ୍ଲୀରେ ପହଞ୍ଚିବା ପରେ ମନ୍ତ୍ରୀ ଗୋପାଳ ରାୟ ପ୍ରଶାସନିକ ଅଧିକାରୀଙ୍କୁ ଆଲର୍ଟ ରହିବାକୁ କହିଛନ୍ତି |

ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡିଏମ କହିଥିଲେ ଯେ ପଙ୍ଗପାଳ ହମଲା ନେଇ ପ୍ରଶାସନ ପୂର୍ବରୁ ହିଁ ଆଲର୍ଟ ଅଛି | ୧୦ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ପାଖାପାଖି ୭୦ ଗାଁର ଚାଷୀଙ୍କୁ ପଙ୍ଗପାଳ ଠାରୁ ସୁରକ୍ଷା ନେଇ ଟ୍ରେନିଂ ଦିଆଯାଇଥିଲା |

{"id":292394,"sizeSlug":"large"}

ରାଜସ୍ଥାନ, ଗୁଜରାଟ, ମଧ୍ୟ ପ୍ରଦେଶ ଓ ହରିୟାଣା ପରେ ପଶ୍ଚିମ ମହାରାଷ୍ଟ୍ର ଓ ମଧ୍ୟ ଭାରତର ଅନେକ ସ୍ଥାନରେ ପଙ୍ଗପାଳ ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଯାଇଛି | କେନ୍ଦ୍ର ସରକାର ପ୍ରତିକ୍ରିୟା ସମନ୍ବିତ କରିବା ପାଇଁ ୧୧ଟି ନିୟନ୍ତ୍ରଣ କକ୍ଷ ସ୍ଥାପିତ କରିଛନ୍ତି |

ହରିୟାଣାର ମୁଖ୍ୟ ସଚିବ କେଶନି ଆନନ୍ଦ ଅରୋରା ଗତ ମାସରେ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପଙ୍ଗପାଳ ଠାରୁ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିଲେ | ଏହି ମରୁଭୂମି ଅଞ୍ଚଳର ପଙ୍ଗପାଳ ଆଫ୍ରିକାରୁ ଇରାନ ଓ ପାକିସ୍ତାନ ଦେଇ ଭାରତକୁ ଆସିଛନ୍ତି | ନିଜ ଭୋକ ମେଣ୍ଟାଇବା ପାଇଁ ଏମାନେ ନିୟନ୍ତ୍ରଣ ହରାଇ ବସାନ୍ତି | ସେଥିପାଇଁ ସେମାନେ ଫସଲ ଖାଇ ଯାଆନ୍ତି |

{"id":292396,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ପଙ୍ଗପାଳ ରାଜସ୍ତାନ, ଗୁଜରାଟ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନର ଫସଲ ନଷ୍ଟ କରିଛନ୍ତି | ପଙ୍ଗପାଳ ମୁକାବିଲା ପାଇଁ ରାଜସ୍ତାନ ସରକାର ବ୍ୟାପକ ପ୍ରସ୍ତୁତି କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.