ନୌସେନା ଲାଗି ଭାରତୀୟ ରଙ୍ଗରେ ନିର୍ମିତ Romeo ହେଲିକପ୍ଟରର ଆସିଲା ପ୍ରଥମ ଛବି

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୪।୧୨: ଆମେରିକୀୟ କମ୍ପାନୀ ଲକହିଡ୍‌ ମାର୍ଟିନ ଭାରତୀୟ ନୌସେନା ଲାଗି ନିର୍ମାଣ କରୁଥିବା ରୋମିଓ ହେଲିକପ୍ଟରର ପ୍ରଥମ ଛବି ଶୁକ୍ରବାର ଜାରି କରିଛି। ଏମଏଚ୍-୬୦ ରୋମିଓ ମଲ୍ଟିରୋଲ ହେଲିକପ୍ଟର ଲାଗି ଆମେରିକା ସହ ଭାରତ ରାଜିନାମା କରିଥିଲା। ରାଜିନାମା ଅନୁସାରେ ଭାରତ ଏହି ଶ୍ରେଣୀୟ ୨୪ଟି ହେଲିକପ୍ଟର ନିମନ୍ତେ ଅର୍ଡର ଦେଇଥିଲା।

wp:html /wp:html

ଲକହିଡ୍‌ ମାର୍ଟିନ୍‌ ପ୍ରସ୍ତୁତ କରୁଥିବା ଏମଏଚ୍-୬୦ ରୋମିଓ ସି ହକ୍‌ ହେଲିକପ୍ଟର ଗଭୀର ସମୁଦ୍ର ତଳେ ଥିବା ବୁଡା ଜାହାଜ ସମେତ ଭାସମାନ ଯୁଦ୍ଧତରୀକୁ ଧ୍ୱଂସ୍ତ କରିପାରେ। ଏପରି ହେଲିକପ୍ଟର ସମୁଦ୍ର ସୀମାରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଲାଗି ମଧ୍ୟ ଉପଯୁକ୍ତ। ଶତ୍ରୁ ବୋଟକୁ ସନ୍ଧାନ କରି ଏହାର ପରିସ୍କୃତ ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ଆକ୍ରମଣ ପ୍ରତିହତ ଲାଗି ମଧ୍ୟ ସକ୍ଷମ। ଏଥିରେ ସେନସର ସମେତ କ୍ଷେପଣାସ୍ତ୍ର ଓ ଟାର୍ପେଡୋ ମଧ୍ୟ ରହିଛି।

wp:html /wp:html

ଏମଏଚ୍‌-୬୦ ରୋମିଓ ହେଲିକପ୍ଟର ଆମେରିକା ନୌସେନାରେ ଆଣ୍ଟି ସବମେରିନ ଏଣ୍ଡ ଆଣ୍ଟି ସର୍ଫେସ୍ ୱିପନ ଭାବେ ମୁତୟନ ହୋଇଛି। ଏପରି ହେଲିକପ୍ଟର ଭାରତୀୟ ସେନାକୁ ଉଭୟ ସମୁଦ୍ର ଓ ସ୍ଥଳ ଭାଗରେ ସହାୟତା କରିପାରିବ। ଆମେରିକା ବ୍ୟତୀତ ରୟାଲ ଅଷ୍ଟ୍ରେଲିୟାନ ନେଭି ମଧ୍ୟ ନିଜ ସମୁଦ୍ର ସୀମା ସୁରକ୍ଷା ଲାଗି ଏହି ହେଲିକପ୍ଟର ମୁତୟନ କରିଛି। ଭାରତକୁ ଏହି ହେଲିକପ୍ଟର ମିଳିଲେ ହୀନ୍ଦ-ପ୍ରଶାନ୍ତ ଓ ଦକ୍ଷିଣ ଏସିୟା କ୍ଷେତ୍ରରେ ରାଜନୈତିକ ସ୍ଥିରତା ସାଙ୍ଗକୁ ଶାନ୍ତି ଓ ଅର୍ଥନୈତିକ ପ୍ରଗତି ହାସଲ ହୋଇପାରିବ।

wp:html /wp:html

ଏହି ହେଲିକପ୍ଟର ଯୁଦ୍ଧତରୀ ସମେତ କ୍ରୁଜ ଓ ଏୟାରକ୍ରାଫ୍ଟ କ୍ୟାରିୟରରୁ ଅପରେଟ ହୋଇପାରିବ। ଏହି ହେଲିକପ୍ଟର କେବଳ ଯୁଦ୍ଧ ଅଥବା ଉଦ୍ଧାର ଅଭିଯାନ ନୁହେଁ ସମୁଦ୍ରରେ ସୂଚନା, ଲଜିଷ୍ଟିକ ସପୋର୍ଟ, ଘରୋଇ ବାହନ ଆଦି  ଚିହ୍ନଟ ଓ ସହାୟତା ମଧ୍ୟ କରିବ। ଲକହିଡ ମାର୍ଟିନ୍‌ ଖୁବ୍ ଶୀଘ୍ର ଭାରତକୁ ଏହି ହେଲିକପ୍ଟର ସ୍କ୍ୱାଡ୍ରନ ଯୋଗାଇ ଦେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.