Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆସନ୍ତାକାଲିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳରେ ଲକ୍‌ଡାଉନ୍‌ , ଜୁଲାଇ ୩୧ ଯାଏ ଜାରି ରହିବ କଟକଣା

19/07/2020 at 2:16 PM

ଭଦ୍ରକ ୧୯।୦୭: କରୋନା ପାଇଁ ପୁଣି ଲକଡାଉନ । ଭଦ୍ରକ ପୌରପାଳିକା , ନିକଟବର୍ତ୍ତୀ ପଞ୍ଚାୟତ ଓ ଧାମନଗର ଏନ ଏ ସି ରେ ଲାକଡାଉନ ଘୋଷଣା  କରାଯାଇଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।

ଲକଡାଉନ କଟକଣାରେ ସକାଳ ୫ରୁ ଦିନ ୧ ପର୍ଯ୍ୟନ୍ତ ଖୋଲା ରହିବ କେତେକ ନିର୍ଦ୍ଧିଷ୍ଟ ସେବା ଓ ଦୋକାନ ବଜାର । ଦିନ ୨ ପରେ ପରଦିନ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଲକ୍‌ଡାଉନ୍‌  ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଖୋଲା ରହିବ, ତେବେ ସେମାନଙ୍କ ଦୋକାନ ବା ଅନୁଷ୍ଠାନକୁ ୭ ଦିନ ପାଇଁ ସିଲ କରାଯିବା ସହ ଜରିମାନା ମଧ୍ୟ ଲଗାଯିବ ।

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପେଟ୍ରୋଲିଂ ଓ ଏନଫର୍ସମେଣ୍ଟକୁ ଜୋରଦାର କରାଯିବ । ଅମାନିଆଙ୍କ ପାଇଁ ଫାଇନ ଆଦାୟ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଲକ୍‌ଡାଉନ ସତ୍ତ୍ୱେ ବଳବତ୍ତର ରହିବ ସାପ୍ତାହିକ ସର୍ଟଡାଉନ । ସପ୍ତାହର ଶନିବାର ଓ ରବିବାର କଟକଣା ଜାରି ରହିବ । ଜୁଲାଇ ମାସ ୩୧ ପର୍ଯ୍ୟନ୍ତ ଏହି କଟକଣା ଲାଗୁରହିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଏହି ସମୟ ମଧ୍ୟରେ ସାନିଟାଇଜେସନ ସହ ଆଣ୍ଟିଜେନ ଟେଷ୍ଟକୁ ଜୋରଦାର କରାଯିବ ସହ ତ୍ୱରିତ ସର୍ଭିଲାନ୍ସ କରାଯିବ ବୋଲି ସୂଚନା ମିଳିଛି ।

   Related Posts